ଧାଡ଼ିଦର୍ଶନ ବ୍ୟବସ୍ଥାର ପ୍ରତିବାଦରେ ଆଜି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା

0
59

ପୁରୀ:ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ । ଏହାର ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଅାଜି ପୁରୀ ବନ୍ଦ ଡାକରା ଦିଅାଯାଇଛି । ଏଥିସହ ସାମ୍ବାଦିକଙ୍କୁ ମାଡ, ରତ୍ନଭଣ୍ଡାର ଚାବି ହଜିବା, ବ୍ରହ୍ମବିଭ୍ରାଟ ରିପୋର୍ଟ ପ୍ରସଙ୍ଗରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯିବ ବୋଲି କହିଛି ଶ୍ରୀଜଗନ୍ନାଥ ସେନା । ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ପୁଲିସ ଶ୍ରୀଜଗନ୍ନାଥ ସେନାର ଆବାହାକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଅଟକ ରଖିଛି। ବିଶେଷ କରି ବନ୍ଦ ପୂର୍ବରୁ ଶ୍ରୀ ପଟ୍ଟନାୟକଙ୍କୁ ପୁଲିସ ଗିରଫ କରିବା ଘଟଣାରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବନ୍ଦ ଯୋଗୁଁ ପୁରୀ ସହରର ଦୋକାନବଜାର ବନ୍ଦ ରହିଛି।ଶ୍ରୀଜୀଉମାନଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଯେଉଁ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି ଏଥିରେ ଭକ୍ତମାନଙ୍କୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here