ଧାଡ଼ି ଦର୍ଶନ ବ୍ୟବସ୍ଥାର ହେବ ପୁନଃ ସମୀକ୍ଷା: ପୁରୀ ଜିଲ୍ଲାପାଳ

0
55

ଭୁବନେଶ୍ୱର: ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ କହିଛନ୍ତି ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାର ପୁନଃ ସମୀକ୍ଷା କରାଯିବ ।  ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାର ପ୍ରତିବାଦରେ ବୁଧବାର ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ପରୀପ୍ରେକ୍ଷୀରେ ପୁରୀ ସହର ଅଶାନ୍ତ ପଛରେ କିଛି ଅସାମାଜିକଙ୍କ ହାତ ରହିଛି ଏହା ଜିଲ୍ଲାପାଳ ଶ୍ରୀ ଦାସ  କହିଛନ୍ତି । ପୁରୀର କୌଣସି ସ୍ଥାନରେ ୧୪୪ ଜାରି ହୋଇନଥିବା ଜିଲ୍ଲାପାଳ ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି । ଧାଡ଼ି ଦର୍ଶନ ବ୍ୟବସ୍ଥାର ପୁନଃ ସମୀକ୍ଷା କରାଯାଇ ଦର୍ଶନରେ ଯେମିତି ଅସୁବିଧା ନହେବ, ତାହାର ତର୍ଜମା କରାଯିବ । ସ୍ଥାନୀୟ ଲୋକଙ୍କ ଯେପରି ଅସୁବିଧା ନହେବ ସେନେଇ ବ୍ୟବସ୍ଥା କରାଯିବ ।

 

LEAVE A REPLY

Please enter your comment!
Please enter your name here