ଯାଜପୁର ଏନ୍‌ସି କଲେଜ ଛାତ୍ରୀନିବାସ ଉପରକୁ ବୋମାମାଡ଼

0
101

ଯାଜପୁର  : ଯାଜପୁର ଏନ୍‌ସି କଲେଜ ଛାତ୍ରୀନିବାସ ଉପରକୁ ବୋମାମାଡ଼। ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ଛାତ୍ରୀନିବାସରେ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। କିଛି ଦୁର୍ବୃତ୍ତ ହଷ୍ଟେଲକୁ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବୋମାମାଡ କରିଥିବା ସୂଚନା ମିଳିଛି । ପ୍ରଚଣ୍ଡ ଶବ୍ଦ ଶୁଣି ଛାତ୍ରୀନିବାସ ଅନ୍ତେବାସୀ ମାନେ ଉଠିପଡି ଭୟଭୀତ ହୋଇ ପଦାକୁ ପଳାଇ ଆସିଥିଲେ । ଛାତ୍ରୀମାନେ ଘଟଣା ସଂପର୍କରେ ସଙ୍ଗେ ସଙ୍ଗେ ଯାଜପୁର ଥାନାକୁ ଜଣାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ  କରୁଛି ।

LEAVE A REPLY

Please enter your comment!
Please enter your name here