ଆସନ୍ତା ୭ ରେ ଦ।ମ ଗଢ଼ିବେ ନୂତନ ଦଳ

0
3480

ଭୁବନେଶ୍ୱର :ବିଭିନ୍ନ କଳ୍ପନା ଜଳ୍ପନ।ର ଅନ୍ତ ଘଟ।ଇ ଶେଷରେ ଡ଼ ଦ।ମଦୋର ର।ଉତ ନୁତନ ଦଳ ଗଢ଼ିବ।କୁ ଯ।ଉଛନ୍ତି । ଆସନ୍ତା ୭ ତାରିଖ ଦିନ ର।ଜ୍ୟରେ ଏକ ନୂତନ ରଜନୈତିକ ଦଳ ଗଠନ କରାଯିବ। ନୂତନ ଦଳର ପ୍ରଥମ ସମାବେଶ ବାରିପଦାଠାରେ ହେବବୋଲି ସୂଚନା ମିଳିଛି ।ପରେପରେ କଟକ ଓ କୁଜଙ୍ଗଠାରେ ସମାବେଶ ଆୟୋଜନ କରାଯିବ। ନିଜର ସମର୍ଥକମାନଙ୍କୁ  ସୂଚନା ଦେଇଛନ୍ତି  ପାରାଦୀପର ବିଧାୟକ ଡା. ଦାମୋଦର ରାଉତ। ଗତକାଲି ନିଜ ନିର୍ବାଚନମଣ୍ଡଳୀରେ ବି‌େଜଡି ପକ୍ଷରୁ ବିଶାଳ ମହିଳା ସମାବେଶର ଆୟୋଜନ ପରେ ବିଧାୟକ ଡା. ରାଉତ ଆଜି କୁଜଙ୍ଗଠାରେ ନିଜ ସମର୍ଥକଙ୍କୁ ଭେଟିଥିଲେ। ବୈଠକରେ ତାଙ୍କର ଏକାନ୍ତ ଅନୁଗତମାନେ ଏକାଠି ହୋଇଥିଲେ। ସେଠାରେ ସେ ନୂତନ ଦଳ ଗଠନ ସମ୍ପର୍କରେ ସୂଚନା ଦେଇଥିଲେ। ବିଜେଡିରୁ ବହିଷ୍କୃତ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ରାମକୃଷ୍ଣ ପଟ୍ଟନାୟକ, ସୁରେନ୍ଦ୍ର ନାୟକଙ୍କ ଭଳି ନେତାଙ୍କୁ ଏଥିରେ ସାମିଲ କରାଯିବ।  ବିଜୟ ମହାପାତ୍ରଙ୍କ ସହ ଆଲୋଚନା କରାଯ।ଇଛି ତ।ଙ୍କ ତରଫରୁ କିଛି ଉତ୍ତର ମିଳିନାହିଁ ।

ଏହ।ପରେ ଡା. ରାଉତଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି। ଯେଉଁମାନେ ଗତକାଲି ବିଜେଡିର ମହିଳା ସମାବେଶରେ ଦାମ ବିରୋଧୀ ମନ୍ତବ୍ୟକୁ ହଜମ କରିପାରିନାହାନ୍ତି, ଆଜି ସେମ‌ାନେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ସେମାନଙ୍କ ମନ୍ତବ୍ୟରେ ବି ବିଧାୟକ ଡା. ରାଉତ ଉତ୍ତେଜିତ ହୋଇପଡ଼ିବା ଦେଖିବାକୁ ମିଳିଛି। ସେ ବୈଠକରେ ତତ୍‌କ୍ଷଣାତ ଘୋଷଣା କରିଥିଲେ ଯେ, ଗତକାଲିର ସମାବେଶରେ ତାଙ୍କ ବିରୋଧରେ କଟୁ ମନ୍ତବ୍ୟ ରଖିଥିବା ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ମନ୍ତ୍ରୀ ପ୍ରତାପ ଜେନା ଓ ବିଧାୟକ ସମୀର ଦାସଙ୍କ ବିରୋଧରେ କାର୍ଯ୍ୟକ୍ରମ ଆରମ୍ଭ କରିବେ। ପ୍ରଥମେ ମନ୍ତ୍ରୀ ପ୍ରତାପ ଜେନାଙ୍କ ମୁଖା ଖୋଲିବା ପାଇଁ ଆସନ୍ତାକାଲି ମାହାଙ୍ଗା ଯିବେ। ତା’ ପରେ ପ୍ରଫୁଲ୍ଲଙ୍କ ନିର୍ବାଚନମଣ୍ଡଳୀ ଭଣ୍ଡାରପୋଖରୀ ଓ ସମୀର ଦାସଙ୍କ ନିର୍ବାଚନମଣ୍ଡଳୀ ନିମପଡ଼ା ଗସ୍ତ କରିବେ ଏବଂ ଏଥିପାଇଁ ସମସ୍ତ ଯୋଜନା ପ୍ର୍ରସ୍ତୁତ କରିଛନ୍ତି ବୋଲି କହିଥିଲେ। ଏହି ସଭ।ରେ ତ।ଙ୍କ ର ସମସ୍ତ

ସହଯୋଗି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here