କାର ଭିତରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

0
137

ଭୁବନେଶ୍ୱର: ଏକ ବନ୍ଦ କାର ଭିତରୁ ଜଣେ ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର କରିଛି ଲିଙ୍ଗରାଜ ଥାନା ପୋଲିସ୍ । ମିଳିଥିବା ତାଜା ସୂଚନା ଅନୁସାରେ ଲିଙ୍ଗରାଜ ଥାନା ଅନ୍ତର୍ଗତ ପୁରୁଣା ଭୁବନେଶ୍ୱର ଲୁଇସରୋଡ଼ ସାମନ୍ତରାପୁର ଶ୍ରୀରାମନଗର ହନୁମାନମନ୍ଦିର ନିକଟରେ ଏକ ଟାଟା ସଫାରୀ କାର ନଂ ଓଆର୦୨ଏଏମ୨୬୦୦ ର ଡ଼ୋର ବନ୍ଦ ଥିବାବେଳେ କାରର ଆଗ ସିଟ ରେ ଜଣେ ଅଜଣା ମହିଳାଙ୍କ ମୃତ ଦେହ ରହିଛି । ମୁହଁ ଟି ତଳକୁ ରହିଛି । ପାଖରେ ମନି ପର୍ସ ଓ ବ୍ୟାଗ୍ ମଧ୍ୟ ରହିଛି । କାରଟି ର ଆଗ ପାଖ ମାଡ଼ ହୋଇଥିବାଭଳି ଜଣାପଡ଼ୁଛି ।  ଲିଙ୍ଗରାଜଥାନା ପୋଲିସ୍ ପହଂଚି ଶବଟିକୁ ବ୍ୟବଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ କେହି ଛାଡ଼ିଯାଇଛନ୍ତି କିମ୍ବା କୌଣସି ମହିଳାଙ୍କୁ ଅପହରଣ ପରେ କିଛି ଘଟିଥାଇ ପାରେ ବୋଲି ଘଟଣାସ୍ଥଳରେ ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here