ପିଇସି ବୈଠକରେ ୪୪ ଜଣଙ୍କ ନାଁ ଚୂଡାନ୍ତ

0
790

ଭୁନନେଶ୍ୱର: ଆଜି ପ୍ରଦେଶ ନିର୍ବାଚନ କମିଟିର ବୈଠକ ବସି ୪୪ ଜଣ ସ।ମ୍ଭ।ବ୍ୟ ପ୍ର।ର୍ଥିଙ୍କ ନ।ମ ଇପରେ ମୋହର ମ।ରିଛି ପ୍ରଦେଶ ନିର୍ବାଚନ କମିଟି ଏହି ନ।ମ ଗୁଡିକ ଏଆଇସିସିକୁ ପଠାଯିବ । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅନୁମୋଦନ ପରେ ଏହ। ଘୋଷଣା କର।ଯିବ । ୪୪ ଜଣଙ୍କ ତାଲିକା ଚୂଡାନ୍ତ ହୋଇଥିବା ନେଇ ପିସିସି ସଭାପତି ନିରଂଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି ବିଜୟ ସମ୍ଭାବନାକୁ ଆଧାର କରି ପ୍ରାର୍ଥୀ ଚୟନ କରାଯାଇଛି । କିନ୍ତୁ କେବେ ଏହି ତାଲିକା ଘୋଷଣା ହେବ ତାହା ସେ ସ୍ପଷ୍ଟ କରି ନାହାଁନ୍ତି । ପୂର୍ବରୁ ଦଳ ପକ୍ଷରୁ ୫୦ଟି ଆସନରେ ପ୍ରାର୍ଥୀଙ୍କ ନାଁ ପ୍ରକାଶ କରିବାକୁ କୁହାଯାଇଥିଲା । କିନ୍ତୁ ଆଜିର ପିଇସି ବୈଠକରେ ୪୪ ଜଣଙ୍କ ନାଁ ଚୂଡାନ୍ତ କରାଯାଇଛି । ସେ ଏକଥ।ବି କହିଛନ୍ତି ଦଳର ସମସ୍ତ ବିଧାୟକଙ୍କୁ ପୁଣି ଥରେ ନିର୍ବାଚନ ଲଢ଼ିବା ପାଇଁ ସୂଯୋଗ ଦିଆଯାଉଛି । ପୂର୍ବରୁ ୫୦ଟି ଆସନରେ ଅଗଷ୍ଟ ସୁଦ୍ଧା ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇ ଘୋଷଣା କରାଯିବ ବୋଲି ପିସିସି ସଭାପତି କହିଥିଲେ । ଏଥିନେଇ ପ୍ରସ୍ତୁତି ମଧ୍ୟ କରାଯାଇଥିଲା । ଜିଲ୍ଲା ସଭାପତି ଓ ପିଇସି ବୈଠକ ବସି ଆଲୋଚନା ମଧ୍ୟ ହୋଇଥିଲ । ସମ୍ଭାବ୍ୟ ତାଲିକା ପ୍ରସ୍ତୁତ କରାଯାଇଥିବା ନେଇ ସୂଚନା ମଧ୍ୟ ମିଳିଥିଲା । କିନ୍ତୁ କିଛି ମତଭେଦ ଓ ବିବାଦ ଯୋଗୁ ଏହା ଘୋଷଣାରେ ବାଧାପ୍ରାପ୍ତ ହୋଇଥିଲା । ପିଇସିରେ କିିଛି ନେତା ସାମିଲ ହୋଇ ନ ଥିବା ଯୋଗୁ ସେମାନେ ବିରୋଧ ବି କରୁଥିଲେ । ନିକଟରେ ୪ ଜଣ ବରିଷ୍ଠ ନେତା କାହ୍ନୁଚରଣ ଲେଙ୍କା, ଶ୍ରୀକାନ୍ତ ଜେନା, ଜୟଦେବ ଜେନା ଓ ଶରତ ରାଉତଙ୍କୁ ସାମିଲ କରାଯାଇଛି । ଏମାନେ ସାମିଲ ହେଲା ପରେ ଏବେ ପିଇସି ବସି ପ୍ରାର୍ଥୀ ଚୂଡ଼ାନ୍ତ କରାଯାଇଛି ।ବିରୋଧୀ ଦଳ ନେତା ନରସିଂହ ମିଶ୍ର ପୂର୍ବରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ ମଧ୍ୟ ତାଲିକାରେ ତାଙ୍କ ନାଁ ଥିବାରୁ ଦଳ ତାଙ୍କୁ ଏଥର ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଚୂଡ଼ାନ୍ତ କରିଛି ।ଫଳରେ ସେ ଏଥର ନିର୍ବାଚନ ଲଢ଼ିବାକୁ ଯାଉଥିବା କୁହାଯାଉଛି । କିନ୍ତୁ ଦଳ ସ ଲୋକଙ୍କ ଦାବିକୁ ମାନିବେ କି ନାହିଁ ସେଥିନେଇ ଶ୍ରୀ ମିଶ୍ର ଏଯାଏଁ ତାଙ୍କ ମତ ସ୍ପଷ୍ଟ କରି ନାହାଁନ୍ତି ।

LEAVE A REPLY

Please enter your comment!
Please enter your name here