ହଣ୍ଡ୍ରେଡ ପରସେଣ୍ଟ ଲଭ୍‌

0
8

ପ୍ରେମର ଏକ ନୂଆ ଫର୍ମୁଲା, ଯାହାକୁ ଆଧାର କରି ପ୍ରେମୀ ଯୁଗଳ କିପରି ସଫଳତା ହାସଲ କରୁଛନ୍ତି ତାହାକୁ ଆଧାର କରି କାହାଣୀ ରଚିତ। ସେପରି ବିଷୟବସ୍ତୁକୁ ନେଇ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ହଣ୍ଡ୍ରେଡ ପରସେଣ୍ଟ ଲଭ୍‌’। କେବଳ ପ୍ରେମୀ ଯୁଗଳଙ୍କ ପ୍ରେମ ନୁହେଁ, ପରିବାରରେ ଖୁସିର ମାହୋଲ ସୃଷ୍ଟି କରିବାକୁ ଏଥିରେ ମସଲା ରହିଛି। ଏଥିରେ ଏକ ନୂଆ ଯୋଡିକୁ ପ୍ରଯୋଜନା ସଂସ୍ଥା ବ୍ରେକ ଦେବାକୁ ଯାଉଛି। ଏହି ଯୋଡି ହେଲେ ଓମ୍‌ ଏବଂ ଅଙ୍କିତା ଭୌମିକ। ଏହି ଫିଲ୍ମରେ ଆଉ ଜଣେ ନବାଗତା ସମତା ମଧ୍ୟ ନିଜର ଓଲିଉଡ୍‌ କ୍ୟାରିୟର ଆରମ୍ଭ କରିବେ। ଖାସ୍‌ କଥା ହେଲା, ଆଲବମ ଜଗତର ନାମୀ କୋରିଓଗ୍ରାଫର ଲୁବୁନ୍‌-ଟୁବୁନ୍‌ ଯୋଡି ଏହାର ନିର୍ଦ୍ଦେଶନା ଦେବେ। ଦୁହେଁ, ପ୍ରଥମ ଥର ପାଇଁ ବଡ ପରଦାର ଏଭଳି ହଟ୍‌ ସିଟ୍‌ରେ ବସିବେ। ନିଜ କାହାଣୀକୁ ସଂଳାପରେ ସଜାଇଛନ୍ତି ବାପୁ ଗୋସ୍ବାମୀ। ଡ. ନିର୍ମଳ ନାୟକ, ବାପୁ ଗୋସ୍ବାମୀ ଏବଂ ସୁଦୀପ୍ତ ସୁନ୍ଦରଙ୍କ ଗୀତଗୁଡିକୁ ସ୍ବରରେ ସଜାଇଛନ୍ତି ଲଲିତ କୁମାର। କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଆଶୁତୋଷ, ଅମ୍ରିତା, ଅର୍ପିତା, ଦୀପ୍ତିରେଖା ଏବଂ ଅସୀମା ପଣ୍ଡା। ଏସ.ଏସ. ଫିଲ୍ମସ ଏଣ୍ଟରଟେନମେଣ୍ଟ ବ୍ୟାନରରେ ତଥା ବୁଦ୍ଧଦେବ ସାହୁ ଏବଂ ବୀରେନ୍‌ ମହାପାତ୍ରଙ୍କ ପ୍ରଯୋଜନାରେ ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି କୁନା ତ୍ରିପାଠୀ, ସମରେଶ ରାଉତରାୟ, ସରୋଜ ଦାସ, ବ୍ରଜ ସିଂ, ପ୍ରଜ୍ଞା, ଗୁଡ୍ଡୁ, ପ୍ରିୟଙ୍କା ପଟ୍ଟନାୟକ ସଲିଲ ମିତ୍ର ପ୍ରମୁଖ କଳାକାର।

LEAVE A REPLY

Please enter your comment!
Please enter your name here