ସଶକ୍ତିକରଣ ଅଭିଯାନରେ ସୋନାକ୍ଷୀ

0
5

କଳାକାର ମାନେ ଯେ କେବଳ ନିଜକୁ ଅଭିନୟ, ନୃତ୍ୟ ତଥା ମଉଜ ମଜଲିସ୍‌ରେ ବ୍ୟସ୍ତ ରଖନ୍ତି ତାହା ନୁହେଁ । ସାମାଜିକ କାର୍ଯ୍ୟରେ ବି ନିଜକୁ ନିୟୋଜିତ ରଖନ୍ତି । ନିକଟରେ ବଲିଉଡ଼ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଲଣ୍ଡନରେ ୱିମେନ୍‌ ଇଣ୍ଡିଆ ଆସୋସିଏସନ୍‌(ଡବ୍ଲìଆଇଏ)ର ବ୍ରାଣ୍ଡ ଆମ୍ବାସଡ଼ର ସାଜି ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ କରୁଛନ୍ତି । ଲଣ୍ଡନର ଗ୍ରାସେୱନର୍‌ ହାଉସ୍‌ ହୋଟେଲରେ ଆୟୋଜିତ ୱିଣ୍ଟେଜ୍‌ ଗ୍ଲାମର ଚାରିଟି ଉତ୍ସବରେ ସୋନାକ୍ଷୀ ଏହି ପରିଯୋଜନା ପାଇଁ ଅର୍ଥ ସହାୟତା କରିବେ ବୋଲି ଘୋଷଣା କରିଛନ୍ତି । ଡବ୍ଲìଆଇଏ ବ୍ରିଟେନ୍‌ର ସବୁଠାରୁ ପୁରାତନ ଭାରତୀୟ ଧର୍ମାର୍ଥ ସଂଗଠନ ଯେଉଁଠାରେ ଶିକ୍ଷା, ଜୀବନ ବଞ୍ଚିବାର କୌଶଳ ଓ ସାମାଜିକ କଲ୍ୟାଣ ମାଧ୍ୟମରେ ମହିଳା ଓ ଶିଶୁଙ୍କୁ ସଶକ୍ତ କରାଯାଏ । ଏଭଳି ଏକ ଜନ ମଙ୍ଗଳ କାର୍ଯ୍ୟରେ ନିଜକୁ ସାମିଲ କରି ସୋନାକ୍ଷୀ ଖୁବ୍‌ ଗର୍ବିତ ଅନୁଭବ କରୁଛନ୍ତି ବୋଲି କହିଛନ୍ତି

LEAVE A REPLY

Please enter your comment!
Please enter your name here