ଶିକ୍ଷକ ଗାଳିଦେବାରୁ ସ୍କୁଲ ଯିବା ଛାଡ଼ିିଦେଇଥିଲେ ଏହି ମହାନ୍‌ ସଙ୍ଗୀତଜ୍ଞ

0
7

ଆଜି ସୁର ସମ୍ରାଜ୍ଞୀ ତଥା ଭାରତରତ୍ନ ଲତା ମଙ୍ଗେସ୍‌କରଙ୍କ ୮୯ତମ ଜନ୍ମଦିବସ। ଏହି ଅବସରରେ ତାଙ୍କ ଜୀବନର ଅନେକ ଅକୁହା କଥା ପଦାକୁ ଆସିଛି। ଏହି ମହାନ୍‌ କଳାକାର ଯେ ଆଦୌ ପାଠପଢି ନାହାନ୍ତି ତାହା ଅନେକ ଦର୍ଶକ ବିଶ୍ୱାସ କରିପାରିବେ ନାହିଁ, କିନ୍ତୁ ଏହା ସତ। ଜଣେ ପ୍ରତିଷ୍ଠିତ ଗାୟିକା ହେବା ସହ ସେ ଜଣେ ଭଲ ଅଭିନେତ୍ରୀ ମଧ୍ୟ ଥିଲେ। ମାତ୍ର ୫ ବର୍ଷ ବୟସରୁ ଅଭିନୟ ଜୀବନ ଆରମ୍ଭ କରିଥିବା ଲତା ଛୋଟବେଳେ ଖୁବ୍‌ ଭଲ ଗୀତ ଗାଉଥିଲେ। ସ୍କୁଲରେ ନିଜ ସାଙ୍ଗସାଥୀଙ୍କ ସହ ଗୀତ ଗାଇବା ସହିତ ଅନ୍ୟମାନଙ୍କୁ ମଧ୍ୟ ଏ ଦିଗରେ ପ୍ରୋତ୍ସାହିତ କରୁଥିଲେ। ଏଥିପାଇଁ ଦିନେ ତାଙ୍କୁ ଶିକ୍ଷକ ଗାଳି ଦେଇଥିଲେ। ସେହିଦିନଠାରୁ ସ୍କୁଲ ପାଠପଢା ଅଧାରୁ ଛାଡିଦେଇଥିଲେ ସେ। ଏହାସତ୍ତ୍ୱେ ବି ତାଙ୍କୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ପକ୍ଷରୁ ୬ଟି ଡକ୍ଟରେଟ୍‌ ଉପାଧି ମିଳିଥିଲା। ସେ ଖୁବ୍‌କମ୍‌ ବୟସରେ କଳା ମାଧ୍ୟମରେ ଅନେକଙ୍କ ହୃଦୟ ଜିତିପାରିଥିଲେ। ନିଜ ସଙ୍ଗୀତ କ୍ୟାରିୟରରେ ୨୫,୦୦୦ରୁ ଊର୍ଦ୍ଧ୍ୱ ଗୀତ ଗାଇଥିଲେ ଲତା ମଙ୍ଗେସ୍‌କର। ଏଥିତ୍ପାଇଁ କେନ୍ଦ୍ର ସରକାର ତାଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’, ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଭଳି ଉପାଧିରେ ଭୂଷିତ କରିଥିଲେ।

LEAVE A REPLY

Please enter your comment!
Please enter your name here