ମାଧୁରୀଙ୍କୁ ଟକ୍କର ଦେବେ ଆଲିଆ

0
9

ମୁମ୍ବାଇ: ବଲିଉଡ୍‌ ନାୟିକା ଆଲିଆ ଭଟ୍ଟ ଏବେ ପୂରା ବିଜି। ବୁଲଗେରିଆରେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂକୁ ନେଇ ସେ ଏବେ ବ୍ୟସ୍ତ। ଏହାର ଶୁଟିଂ ସାରି ସେ ଖୁବ୍‌ଶୀଘ୍ର ମୁମ୍ବାଇ ଫେରିବେ ବୋଲି ଅନୁମାନ କରାଯାଉଛି। ଏପଟେ ସିଏନ୍‌ଏନ୍‌ ରିପୋର୍ଟ ଅନୁଯାୟୀ, ମୁମ୍ବାଇ ଫେରିବା ପରେ ସେ ପୁଣିଥରେ ନିର୍ଦ୍ଦେଶକ କରନ ଜୋହରଙ୍କ ଧର୍ମା ପ୍ରଡକସନ୍‌ ବ୍ୟାନରରେ ନିର୍ମିତ ଫିଲ୍ମ ‘କଳଙ୍କ’ ଶୁଟିଂରେ ବ୍ୟସ୍ତ ରହିବେ। ଏଥିରେ ସେ ଟକ୍କର ଦେବେ ବଲିଉଡର ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତଙ୍କୁ। କାରଣ କଥକ ନୃତ୍ୟରେ ପାରଙ୍ଗମ ଥିବା ମାଧୁରୀଙ୍କ ସହ ଆଲିଆ ଏକ ଗୀତରେ ପରଫର୍ମ କରିବେ। ଅବଶ୍ୟ ଏଥିପାଇଁ ପାଖାପାଖି ବର୍ଷେ ହେବ ଆଲିଆ କଥକ ନୃତ୍ୟର ଟ୍ରେନିଂ ନେଉଛନ୍ତି। ହେଲେ ଏପର୍ଯ୍ୟନ୍ତ ସେ କେତେ ପାରଙ୍ଗମ ହୋଇଛନ୍ତି ତାହା ପରଫର୍ମ ପରେ ଜଣାପଡିବ।

LEAVE A REPLY

Please enter your comment!
Please enter your name here