ପୁଣି ଥରେ ଆଇଟମ୍‌

0
9

ପ୍ରଥମେ ‘ଓ ମାଇଁ ଗଡ୍‌’ ତା’ପରେ ‘ବସ୍‌’, ‘ହିମ୍ମତଓ୍ବାଲା’ ଏବଂ ‘ଅଲ୍‌ ଇଜ ଓ୍ବେଲ୍‌’-ଏସବୁ ସିନେମାରେ ସୋନାକ୍ଷୀଙ୍କୁ ଦେଖିବାକୁ ମିଳିଥିଲା ଆଇଟମ ଗର୍ଲ ଭାବରେ। ଆଉ ପୁଣି ଥରେ ସେ ଆଇଟମ ନମ୍ବରରେ ନାଚିବାକୁ ଯାଉଛନ୍ତି। ଇନ୍ଦ୍ର କୁମାରଙ୍କ ଆଗାମୀ ଫିଲ୍ମ ‘ଟୋଟାଲ ଧମାଲ’ରେ ସୋନାକ୍ଷୀ ପୁଣି ଥରେ ଆଇଟମ ଗର୍ଲ ସାଜୁଛନ୍ତି। ଏଥିରେ ସଂଯୋଜିତ ଆଇଟମ ନମ୍ବର ‘ମୁଙ୍ଗଡା’ର ତାଳେ ତାଳେ ନାଚିବେ ସେ। ଯେତେବେଳେ ଇନ୍ଦ୍ର କୁମାର ତାଙ୍କୁ ଏହି ଅଫରଟି ଦେଲେ ସେତେବେଳେ ସୋନାକ୍ଷୀ ଆଖି ବୁଜି ହଁ ଭରିଥିଲେ। ନିକଟରେ ରିଲିଜ ହୋଇଥିବା ‘ହାପି ଫିର୍‌ ଭାଗ୍‌ ଯାୟେଗି’ରେ ଆଇଟମ ନମ୍ବର ‘ମେରା ନାମ୍‌ ଚିନ୍‌ ଚିନ୍‌ ଚୁ’ ସୋନାକ୍ଷୀଙ୍କୁ ନେଇ ଦୃଶ୍ୟାୟିତ ହୋଇଥିଲା। ‘ଟୋଟାଲ ଧମାଲ’ରେ ଅନିଲ କପୁର, ମାଧୁରୀ ଦୀକ୍ଷିତ, ଅଜୟ ଦେବଗନ, ଆର୍ସାଦ ଓ୍ବାର୍ସି, ଈଷା ଗୁପ୍ତା, ରିତେଶ ଦେଶମୁଖ ଏବଂ ଜାଭେଦ ଜାଫ୍ରି ଅଭିନୟ କରିବେ। ଇନ୍ଦ୍ର କୁମାରଙ୍କ ବ୍ୟତୀତ ଅଶୋକ ଥାକେରିଆ, ଅଜୟ ଦେବଗନ ଏହାର ଅନ୍ୟତମ ପ୍ରଯୋଜକ ଅଛନ୍ତି। ୩୧ବର୍ଷ ବୟସ୍କା ସୋନାକ୍ଷୀଙ୍କ ବଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ‘ଦବଙ୍ଗ’ରୁ। ‘ରାଉଡି ରାଥୋଡ’, ‘ଆର୍‌ ରାଜକୁମାର’ ବ୍ୟତୀତ ‘ଅକିରା’ ଏବଂ ‘ନୂର’ରେ ସୋନାକ୍ଷୀଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଥିଲା।

LEAVE A REPLY

Please enter your comment!
Please enter your name here