ନିର୍ଦ୍ଦେଶିକା ହେବେ ଐଶ୍ୱର୍ଯ୍ୟା: ଅଭିଶେକ

0
8

ମୁମ୍ବାଇ: ବଲିଉଡର ଜୁନିୟର ବଚ୍ଚନ ଅଭିଶେକ ଦୀର୍ଘ ୨ ବର୍ଷ ପରେ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି। ମୁଭି ‘ମନମର୍ଜିୟାଁ’ ମାଧ୍ୟମରେ କମ୍‌ ବ୍ୟାକ୍‌ କରୁଛନ୍ତି ଏହି ଅଭିନେତା। ନିକଟରେ ତାଙ୍କର ଏକ ସାକ୍ଷାତ୍‌କାରରେ ତାଙ୍କ ପାଇଁ ପ୍ରଶ୍ନ ଥିଲା ସେ ନିର୍ଦ୍ଦେଶନା କ୍ଷେତ୍ରକୁ କେବେ ଆସିବେ। ଏହାର ଉତ୍ତରରେ କିନ୍ତୁ ସେ ଏକ ନୂଆ କଥା ସାମ୍ନାକୁ ଆଣିଥିଲେ। ସେ କହିଥିଲେ ଏବେ ସେ ଅଭିନୟ କରିବାକୁ ଚାହାଁନ୍ତି, ହେଲେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିର୍ଦ୍ଦେଶନା ଦେବାକୁ ଖୁବ୍‌ ଇଚ୍ଛୁକ ବୋଲି ସେ ପ୍ରକାଶ କରିଛନ୍ତି। କାରଣ ଶୁଟିଂ ପରେ ଐଶ ସବୁ ଶଟ୍‌କୁ ତନ୍ନ ତନ୍ନ କରି ଦେଖନ୍ତି। ଏହା ଠିକ୍‌ ଭାବେ ଚିତ୍ରିତ ହୋଇଛି କି ନା ତାହା ମଧ୍ୟ ସେ ଦେଖନ୍ତି। ଫିଲ୍ମ ନିର୍ଦ୍ଦେଶନା ପାଇଁ ଯେଉଁସବୁ ଦିଗ ଗୁଡିକ ଉପରେ ଜ୍ଞାନ ରହିବା ଆବଶ୍ୟକ ସେ ଉପରେ ଐଶ ଏବେଠାରୁ ଧ୍ୟାନ ଦେଉଥିବା ସେ କହିଛନ୍ତି। ତେଣୁ ଐଶ୍ୱର୍ଯ୍ୟା ନିର୍ଦ୍ଦେଶନାରେ ରୁଚି ରଖିଥିବା ସେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here