ନିରାମିଷାଶୀ ପାଲଟିଲେ ତମନ୍ନା

0
8
ମୁମ୍ବାଇ: ଆମିଷ ଭୋଜନପ୍ରିୟ ତମନ୍ନା ଭାଟିଆ ଏବେ ନିରାମିଷାଶୀ ପାଲଟି ଯାଇଛନ୍ତି। ସେ ଚିକେନ୍‌, ମଟନ୍‌ ଏବଂ ମାଛ ଖାଇବାରେ ରୁଚି ରଖନ୍ତି। କିନ୍ତୁ ଆମିଷ ପ୍ରତି ତାଙ୍କର ବୈରାଗ୍ୟ ଆସିବାର ମୁଖ୍ୟ କାରଣ ହେଲା ତାଙ୍କର ୫ ବର୍ଷର ପୋଷାକୁକୁର ପେବଲ୍‌ ରୋଗଗ୍ରସ୍ତ ହୋଇପଡ଼ିଛି। ଏ ସମ୍ପର୍କରେ ତମନ୍ନା କହନ୍ତି, ମୁଁ ଯେମିତି ଜଣେ ପଶୁପ୍ରେମୀ ସେଭଳି ଜଣେ ଆମିଷପ୍ରିୟ। ତେବେ ଆମିଷ ମୋର ଅଭ୍ୟାସଗତ ହୋଇଯାଇଥିବାରୁ ଏହାକୁ ଛାଡିବା କଷ୍ଟକର ମନେହେଉଥିଲା। କିନ୍ତୁ ଗତମାସରେ ପେବଲ୍‌ ପକ୍ଷାଘାତ ରୋଗରେ ପଡିବାରୁ ଆମିଷ ଛାଡ଼ିବାକୁ ବଜ୍ର ଶପଥ ନେଲି। କାରଣ ତାକୁ ମୁଁ ଖୁବ୍‌ ଭଲ ପାଏ। ସେ ଆମ ପରିବାରର ଅନ୍ୟତମ ସଦସ୍ୟ। ସେ ମୋର ପ୍ରିୟତମ ସାଥୀ। ସେ ରୋଗରେ ପଡ଼ିଥିବା କାରଣରୁ ଆମିଷ ଭକ୍ଷଣ ଛାଡ଼ିଦେଲେ କାଳେ ଆରୋଗ୍ୟ ହୋଇଯିବ ବୋଲି ଚିନ୍ତାକଲି। ତେଣୁ ଆମିଷ ତ୍ୟାଗ କରିବାକୁ ପ୍ରତିଜ୍ଞା କଲି। ଏହା ମୋର ତ୍ୟାଗପଣିଆର ଏକ ନମୁନା।
ବୃତ୍ତିଗତ ଦୃଷ୍ଟିରୁ ତମନ୍ନା ବର୍ତ୍ତମାନ ‘କୁଇନ୍‌’, ‘ସାଇ ରା ନରସିଂହ ରେଡ୍ଡୀ’, ‘କାନ୍ନେ କାଲାଇମାନ୍ନେ’ ଏବଂ ‘ଏଫ୍‌୨ ଫନ୍‌ ଆଣ୍ଡ ପ୍ରଷ୍ଟ୍ରେଟିଂ’ ଫିଲ୍ମର ତେଲୁଗୁ ରିମେକ୍‌ ପାଇଁ କାମ କରୁଛନ୍ତି। ଗତବର୍ଷ କୁନାଲ କୋହଲି ନିର୍ଦ୍ଦେଶିତ ତଥା ତାଙ୍କ ଅଭିନୀତ ଫିଲ୍ମ ‘ସନ୍ଦୀପ କିଷନ୍‌’ ନିକଟରେ ମୁକ୍ତିଲାଭ କରିବାକୁ ଯାଉଛି।

LEAVE A REPLY

Please enter your comment!
Please enter your name here