ଚମକିବ ଫାତିମାଙ୍କ ଭାଗ୍ୟ

0
17

ଫିଲ୍ମ ‘ଦଙ୍ଗଲ’ରେଫାତିମା ସନା ଶେଖ ଅମିର ଖାନ୍‌ଙ୍କ ଝିଅ ଗୀତା ଫୋଗଟ୍‌ଙ୍କ ଭୂମିକା
ନିଭାଇଥିଲେ । ଯାହା ପରବର୍ତ୍ତି ସମୟରେ ତାଙ୍କ ଭାଗ୍ୟକୁ ଚମକାଇ ଦେଇଛି । ଏବେ ସେ ବଲିଉଡ଼ ମହାନାୟକ ଅମିତାଭ ବଚ୍ଚନ ଓ ଅମିର ଖାନ୍‌ ଷ୍ଟାରର୍‌ ତଥା ୟଶରାଜ ଫିଲ୍ମସ୍‌ର ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ’ରେ ଅମିର ଖାନ୍‌ଙ୍କ ପ୍ରେୟସୀ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ସେ ଏପରି
ଜଣେ ଯୋଦ୍ଧା ଯିଏ, ଖଣ୍ଡା ଚାଳନା, ତୀରନ୍ଦାଜୀ କରିବା ସହ ଖୁବ୍‌ ସାହାସୀ ମଧ୍ୟ । କି;ୁ ମନେ ମନେ ଅମିରଙ୍କୁ ଭଲପାଇ ବସନ୍ତି । ଅମିରଙ୍କ ପ୍ରତି
ତାଙ୍କ ଦୁର୍ବଳତା ଏତେ ଗଭୀର ହୋଇଯାଏ ଯେ, ଅମିରଙ୍କ ବିନା ଗୋଟିଏ ମୁହୂର୍ତ୍ତ ରହିବା ତାଙ୍କ ପକ୍ଷେ ସମ୍ଭବ ହୁଏ ନାହିଁ । ଅନ୍ୟପଟେ ଫିଲ୍ମରେ  ଭିନ୍ନ ଧରଣର ଆକ୍ସନ ଦେଖିବାକୁ ମିଳିବ । ଫାତିମାଙ୍କ ଭଳି ନୁ୍ୟକମରଙ୍କ ପାଇଁ ଅମିର ଓ ଅତିତାଭଙ୍କ ସହ ସ୍କ୍ରିନ୍‌ ସେୟାର କରିବାର ସୁଯୋଗ ପାଇବା କୌଣସି ଗର୍ବ ଠାରୁ କମ୍‌ ନୁହେଁ । ଅମିରଙ୍କସହ ଲଗାତାର ଦୁଇଟି ଫିଲ୍ମରେ ନଜର ଆସିବା ସହ ଆଗାମୀ ଦିନରେ ଅମିତାଭଙ୍କ ସହ ଆଉ ଫିଲ୍ମ ‘ଜମାନତ:ଜଷ୍ଟିସ୍‌ ଫର୍‌ ଅଲ୍‌’ ମଧ୍ୟ ସାଇନ୍‌ କରିଛନ୍ତି ଫାତିମା । ଏହି ଫିଲ୍ମ ଜଣେ ଓକିଲର ରୋମାଣ୍ଟିକ୍‌ କାହାଣୀ, ଯିଏ ଏକ ଦୁର୍ଘଟଣାରେ ଦୃଷ୍ଟି ଶକ୍ତି ହରାଇ ବସେ । ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ’ ନଭେମ୍ବରକୁ ରିଲିଜ୍‌ ହେବାକୁ ଥିବାବେଳେ ଫାତିମାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିବ ବୋଲି ସେ ଆଶା ରଖିଛନ୍ତି । ଏଠି କହି ରଖୁଛୁ ଫିଲ୍ମରେ ଅଭିନୟର ସୁଯୋଗ ପାଇବା ପାଇଁ ଫାତିମା ଖୁବ୍‌ ପରିଶ୍ରମ କରିଛନ୍ତି, ଅନେକ ଥର ଅଡ଼ିଶନ୍‌ ମଧ୍ୟ ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ଫାତିମାଙ୍କ କଠିନ ପରିଶ୍ରମ ତାଙ୍କୁ ବଲିଉଡ଼ରେ କେତେମ।ଇ େ ଲ ଜ ୍‌ ଦେଉଛି ।

LEAVE A REPLY

Please enter your comment!
Please enter your name here