ଘାରିଛି ବ୍ୟାଡମିଣ୍ଟନ ନିଶା

0
8

ଶ୍ରଦ୍ଧା କପୁରଙ୍କୁ ଏବେ ବ୍ୟାଡମିଣ୍ଟନ ନିଶା ଘାରିଛି। ସମୟ ମିଳିଲା ମାତ୍ରେ ସେ ର଼୍ୟାକେଟ ଏବଂ କର୍କ ଧରି ବାହାରି ପଡୁଛନ୍ତି। କାରଣ କ’ଣ ଜାଣନ୍ତି ? ତାଙ୍କୁ ମିଳିଥିବା ଭୂମିକାକୁ ତୁଲାଇବା ପାଇଁ ସେ ଏଭଳି ପଦ୍ଧତି ଆପଣେଇଛନ୍ତି। କାରଣ ଖୁବ୍‌ ଶୀଘ୍ର ସେ ଏକ ଚ୍ୟାଲେଜିଂ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହଓ୍ବୋଲଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେଉଥିବା ହିନ୍ଦୀ ସିନେମା ‘ସାଇନା’ର ଟାଇଟଲ ଭୂମିକାରେ ଅଭିନୟ କରୁଛନ୍ତି ସେ । ଏଭଳି ରୋଲ୍‌ ସମ୍ପର୍କରେ ଶ୍ରଦ୍ଧା କହନ୍ତି, ‘କେବଳ ଏହି ଫିଲ୍ମ ନୁହେଁ ସେଥିରେ ମୋତେ ମିଳିଥିବା ଟାଇଟଲ ଭୂମିକା ମୋ ପାଇଁ ଚ୍ୟାଲେଞ୍ଜ। ଯେତେବେଳେ ମୋତେ ଏହି ଅଫର ମିଳିଲା ସେତେବେଳଠାରୁ ଜାଣି ନେଇଥିଲି ଯେ ଏଥିପାଇଁ ବେଶ୍‌ ପରିଶ୍ରମ କରିବାକୁ ପଡିବ। ରୋଲକୁ ସଫଳ କରିବାକୁ ଯେତେ କଷ୍ଟ କରିବାକୁ ପଡିବ ସେ ନେଇ ଆଦୌ ଚିନ୍ତା କରିବି ନାହିଁ।’ କେବଳ ସେତିକି ନୁହେଁ ଶ୍ରଦ୍ଧା ଏବେ ସାଇନାଙ୍କ ପ୍ରଶଂସାରେ ଶତମୁଖ। ତେବେ ଏପରି ଭୂମିକାକୁ ଶ୍ରଦ୍ଧା କେତେ ସକସେସ୍‌ କରୁଛନ୍ତି ତାହା ଫିଲ୍ମଟି ରିଲିଜ ହେଲେ ହିଁ ଜଣାପଡିବ।

LEAVE A REPLY

Please enter your comment!
Please enter your name here