ଖଳନାୟକ ଭୁମିକାରେ ଆସିବେନି ସଲମାନ

0
10

ମୁମ୍ବାଇ: ବଲିଉଡ ଭାଇଜାନ୍‌ ସଲମାନ ଖାଁ କେବେବି ଖଳନାୟକ ଚରିତ୍ରରେ ଅଭିନୟ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ନିକଟରେ ଏକ ସାକ୍ଷାତ୍‌କାରରେ ସେ ଏହା କହିଛନ୍ତି। ଶାହାରୁଖ ଖାଁ, ଆମିର ଖାଁଙ୍କ ଭଳି ଅଭିନେତାମାନେ ଖଳନାୟକ ଚରିତ୍ରରେ ଅଭିନୟ କରିଥିଲେ ସୁଦ୍ଧା ସଲମାନ କାହିଁକି ଏଥିପ୍ରତି ଆଗ୍ରହୀ ନୁହେଁ ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସଲମାନ କହିଥିଲେ ରିଲ୍‌ ଲାଇଫ୍‌ରେ ଖଳନାୟକଙ୍କୁ ଦର୍ଶକେ ବେଶ୍‌ ପସନ୍ଦ କରନ୍ତି। ମୁଁ ଯଦି ରିଲ୍‌ ଲାଇଫ୍‌ର ଖଳନାୟକ ହୋଇଗଲି ହୁଏତ ଏହାର ଛାପ ରିୟଲ୍‌ ଲାଇଫ୍‌ରେ ପଡିପାରେ। ତେଣୁ ଏସବୁ ଚରିତ୍ରରୁ ମୁଁ ଯେତେ ସମ୍ଭବ ଦୂରେଇ ରହିବାକୁ ଚାହୁଁଛି ବୋଲି ସେ କହିଛନ୍ତି। ତେବେ ସମାଜକୁ କିଛି ବାର୍ତ୍ତା ଦେଉଥିବା ଚଳଚ୍ଚିତ୍ର ବା ଚରିତ୍ରରେ ସେ ଅଭିନୟ କରିବାକୁ ଅଧିକ ପସନ୍ଦ କରନ୍ତି ବୋଲି କହିଛନ୍ତି। କ୍ୟାରିୟର ଆରମ୍ଭରୁ ଫିଲ୍ମ ‘ତେରେ ନାମ’ରେ ତାଙ୍କ ଅଭିନୟ ବେଳେ ବେଳେ ତାଙ୍କୁ ବ୍ୟଥିତ କରେ ବୋଲି ସେ ଅନେକ ଥର କହିଛନ୍ତି। କାରଣ ଏଥିରେ ସମାଜକୁ କିଛି ଭଲ ବାର୍ତ୍ତା ସେ ଦେଇ ପାରି ନ ଥିଲେ। ତେଣୁ ଏଭଳି ଚରିତ୍ର କରିବାକୁ ମଧ୍ୟ ସେ ଇଚ୍ଛୁକ ନୁହଁନ୍ତି।

LEAVE A REPLY

Please enter your comment!
Please enter your name here