କରୀନାଙ୍କ ଘରବାହୁଡା

0
10

କରୀନାଙ୍କର ଘର ବାହୁଡା ହୋଇଛି। ଆଉ ଏହାକୁ ନେଇ ବେଶ୍‌ ଖୁସି ଅଛନ୍ତି ସେ। କଥା କ’ଣ କି ପୁଣି ଥରେ କରନ୍‌ ଜୋହରଙ୍କ କ୍ୟାମ୍ପକୁ ଫେରିଛନ୍ତି ଏହି ଅଭିନେତ୍ରୀ।  ଅର୍ଥାତ୍‌ କରନ୍‌ଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହେବାକୁ ଯାଉଥିବା ‘ତଖ୍‌ତ’ରେ ରଣବୀର ସିଂଙ୍କ ସହ ସେ ସ୍କ୍ରିନ୍‌ ଶେୟାର କରିବେ। ଆଉ ଏକଥା ଜାଣିବା ପରେ ତାଙ୍କର ଖୁସି ଦ୍ୱିଗୁଣିତ ହୋଇଯାଇଛି। ଏ ସମ୍ପର୍କରେ କରୀନା କହନ୍ତି, ‘କରନ୍‌ଙ୍କ ଫିଲ୍ମରେ ମୁଁ ପୁଣି ଥରେ ଆକ୍ଟିଂ କରିବାକୁ ଯାଉଛି, ଏହାକୁ ନେଇ ମୁଁ ଯେ କେତେ ଖୁସି ତାହା ବର୍ଣ୍ଣନା କରିପାରିବି ନାହିଁ। ଅନ୍ୟପକ୍ଷରେ ରଣବୀର ସିଂଙ୍କ ପରି ଅଭିନେତାଙ୍କ ସହ ମୁଁ କ୍ୟାମେରା ସାମନା କରିବି, ଯାହା ମୋ ଖୁସିକୁ ଦ୍ୱିଗୁଣିତ କରିଦେଇଛି। ରଣବୀର, କରୀନାଙ୍କ ବ୍ୟତୀତ ଏହି ଫିଲ୍ମରେ ଜାହ୍ନବୀ କପୁର, ଅନିଲ କପୁର, ଆଲିୟା ଭଟ୍ଟ, ଭୂମି ପେଦେନେକର, ଭିକି କୌଶଲ ପ୍ରମୁଖ କଳାକାର ଅଭିନୟ କରିବେ।

LEAVE A REPLY

Please enter your comment!
Please enter your name here