ପିସ୍ତଲ, ଭୂଜାଲି, ୪ ମୋଟରସାଇକେଲ ସହ ୭ ଲୁଟେରା ଗିରଫ

0
55

ବଲାଙ୍ଗିର-ବଲାଙ୍ଗିର ଜିଲ୍ଲା ପାଟଣାଗଡ ପୋଲିସ ୭ ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି  । ଗତ ୪ରୁ ୫ ମାସ ହେଲା ପାଟଣାଗଡର ବିଭିନ୍ନ ଅଂଚଳରେ ଟଙ୍କା ଲୁଟ୍ କରି ଆସୁଥିଲା ଏହି ଗ୍ୟାଙ୍ଗ  । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ଲୁଟେରାଙ୍କୁ ଗିରଫ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା  । ଏମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ଭୂଜାଲି, ୪ଟି ମୋଟରସାଇକେଲ, ୫ ମୋବାଇଲ୍ ଫୋନ୍ ଏବଂ ୪୦ ହଜାର ଟଙ୍କା ଜବତ କରାଯାଇଛି  । ଗିରଫ ଅଭିଯୁକ୍ତମାନଙ୍କୁ   କୋର୍ଟଚାଲାଣ କରାଯାଇଛି  ।

LEAVE A REPLY

Please enter your comment!
Please enter your name here