ଦାମୋଦର ରାଉତଙ୍କୁ ଚେକ ଦେବା ପୂର୍ବରୁ ବିଷ୍ଣୁ ଦାସ ଓ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକ ମୁହାଁମୁହିଁ

0
3047

ଭୁବନେଶ୍ୱର:ଜଗତସିଂହପୁର ଜିଲ୍ଲାରେ ବିଜେଡ଼ିର ସଂଗଠନ ଠିକ ନ।ହିଁ ଏହ। ଆଜି ଗୋଟିଏ ଘଟଣାରୂ ପ୍ରମାଣ ହୋଇଯାଇଛି । ଦ।ମଦୋର ର।ଉତଙ୍କ ବିରୋଧରେ  ଯ।ଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେର।ଦ ହୋଇଗଲେ ସତ ହେଲେ ନିଜ ଭିତରେ ପଡୁନଥିବ।  କଥ।  ବ।ହ।ରେ କିନ୍ତୁ ସତକୁ।ଲୁଚାଇ ପ।ରି ନ।ହଁ।ନ୍ତି । ବିଜେଡିରୁ ବହିଷ୍କୃତ ଡାକ୍ତର ଦାମୋଦର ରାଉତଙ୍କୁ ଚେକ ଦେବା ପାଇଁ ଆଜି କୁଜଙ୍ଗରେ ବିଜେଡି ମହିଳା ସମାବେଶ ଅନୁଷ୍ଠିତ ହେଉଛି । ତେବେ  ଏହି ସମାବେଶକୁ ଯିବା ବାଟରେ ବିଜେଡିର ୨ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।

ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଓ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇଛନ୍ତି । ତାରପୁର ବାଇପାସ ନିକଟରେ ବିଷ୍ଣୁ-ରାଜଶ୍ରୀ ସମର୍ଥକ ମୁହାଁମୁହିଁ ହୋଇଛନ୍ତି ।

ମହିଳା ସମାବେଶକୁ ଗଲା ବେଳେ ବିଷ୍ଣୁ ସମର୍ଥକମାନେ ତାରପୁର ବାଇପାସ ନିକଟରେ ‘ରାଜଶ୍ରୀ ହଟାଅ, ତିର୍ତ୍ତୋଲ ବଞ୍ଚାଅ’ ବୋଲି ନାରା ଦେଇଥିଲେ । ତେବେ ରାଜଶ୍ରୀ ସମର୍ଥକମାନେ ଏହାର ବିରୋଧ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଠେଲା ପେଲା ଆରମ୍ଭ ହୋଇଯାଇଥିଲା ।ଏପଟେ ଦ।ମ ର।ଉତ କହିଛନ୍ତି ଏହି ସଭ। ପ।ଇଁ ବିଜେଡ଼ି ବିଭିନ୍ନ ସ୍ଥାନରୁ ମହିଳା ଙ୍କୁ ଆଣି।ଏକଜୁଟ କରୁଛି ।

LEAVE A REPLY

Please enter your comment!
Please enter your name here