କୂଅରେ ପଡି ୨ ଭଉଣୀଙ୍କ ମୃତ୍ୟୁ

0
41

ଗଜପତି: ଗଜପତି ଜିଲ୍ଲା ମୋହନା ଆର.ଉଦୟଗିରି ଛେଳିଗଡ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । କୂଅରେ ପଡି ୨ ଭଉଣୀଙ୍କ ମୃତ୍ୟୁ ହୋଇଛି । ଛେଳିଗଡ ଗାଁର ପ୍ରମୋଦ ଆଚାରୀଙ୍କ ଝିଅ ସ୍ବପ୍ନା ଏବଂ କିରଣଙ୍କର ମୃତ୍ୟୁ ହୋଇଛି । ଘର ପଛ ପଟ ଏକ କୂଅରୁ ଉଭୟଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ । ତେବେ ପାରିବାରିକ ଅଶାନ୍ତି ଓ ପ୍ରେମ ସମ୍ପର୍କକୁ ନେଇ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here