ଉତ୍କଳ ବିଶ୍ୱବିଦ୍ୟାଳୟରେ ହେବନି ଛାତ୍ରସଂସଦ ନିର୍ବାଚନ, ପି.ଜି କାଉନ୍ସିଲ ନେଲ। ନିଷ୍ପତ୍ତି

0
143

ଭୁବନେଶ୍ୱର: ଉକ୍ରଳ ବିଶ୍ୱବିଦ୍ୟାଳୟରେ ଚଳିତ ବର୍ଷ ହେବନି ଛାତ୍ରସଂସଦ ନିର୍ବାଚନ । ଶନିବାର ଆୟୋଜିତ ପି.ଜି କାଉନ୍ସିଲ୍ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପୂର୍ବରୁ ଉକ୍ରଳ ବିଶ୍ୱବିଦ୍ୟାଳୟ କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ମୌଖିକ ଭାବେ ଛାତ୍ରସଂସଦ ନିର୍ବାଚନ ହେବ ନାହିଁ ବୋଲି କହିଥିଲେ । ତେବେ କୁଳପତିଙ୍କ ଏପରି ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ବିରୋଧ କରିବାରୁ ପିଜି କାଉନ୍ସିଲ୍ ବୈଠକ ଡକା ଯାଇଥିଲା । ସେଠାରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସ୍ଥିର ହୋଇଥିଲା । ଗତକାଲି ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଜି ପିଜି କାଉନ୍ସିଲ୍ ବୈଠକ ବସିଥିଲା । ଏହି ବୈଠକରେ ଚଳିତ ବର୍ଷ ବାଣୀବିହାର କ୍ୟାମ୍ପସ୍ରେ ନିର୍ବାଚନ ନ କରାଇବାକୁ ନିଷ୍ପତ୍ତି ନିଆଯାଇଛି

LEAVE A REPLY

Please enter your comment!
Please enter your name here