ସାମ୍ବାଦିକଙ୍କୁ ଖଣ୍ଡାରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

0
172

ଭୁବନେଶ୍ୱର: ସାମ୍ବାଦିକଙ୍କୁ ଖଣ୍ଡାରେ ଆକ୍ରମଣ। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ ଛକରେ ଆଜି ଜଣେ ସାମ୍ବାଦିକଙ୍କୁ ୨ଜଣ ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି। ଆକ୍ରମଣରେ ସାମ୍ବାଦିକ ରାଧାକୃଷ୍ଣ ସାହୁ ଗୁରୁତର ଭାବେ ଆହତ ହୋଇଛନ୍ତି।ଆଜି ସକାଳେ ବ୍ଲକ୍ ଛକ ନିକଟରେ ରାଧାକୃଷ୍ଣ ହକର୍‌ଙ୍କୁ ପେପର ଦେବା ପାଇଁ ଆସିଥିଲେ। ସେତିକି ବେଳେ ହଠାତ୍ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କୁ ପଛପଟୁ ଖଣ୍ଡାରେ ଆକ୍ରମଣ କରିଥିଲେ। ପୂର୍ବ ଶତ୍ରୁତାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି।

LEAVE A REPLY

Please enter your comment!
Please enter your name here