ଦେଶବ୍ୟାପୀ ଦୋକାନ ବନ୍ଦ

0
74

ଭୁବନେଶ୍ୱର: ଖୁଚୁରା ବଜାରରେ ଆନ୍ତଃରାଷ୍ଟ୍ରୀୟ ବ୍ୟବସାୟୀଙ୍କ ପ୍ରବେଶ ଓ ଏଫଡିଆଇ କୁ କ୍ୟାବିନେଟ୍‌ ମଞ୍ଜୁରୀକୁ ବିରୋଧ କରି ଆଜି ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି। ଓଡ଼ିଶା ବ୍ୟବସାୟୀ ମହାସଂଘ ମଧ୍ୟ ଏହି ଧର୍ମଘଟରେ ସାମିଲ ହୋଇଛି।

ଫଳରେ ଆଜି ରାଜ୍ୟର ସମସ୍ତ ଛୋଟ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। ବିଭିନ୍ନ ଦାବିକୁ ନେଇ ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଯଦି କେନ୍ଦ୍ର ସରକାର ସେମାନଙ୍କ ଦାବି ଉପରେ କୌଣସି ନିଷ୍ପତ୍ତି ନନେଲେ ଏହାର ପ୍ରଭାବ ଆସନ୍ତା ନିର୍ବାଚନରେ ପଡ଼ିବ ବୋଲି ବ୍ୟବସାୟୀମାନେ ଚେତାବନୀ ଦେଇଛନ୍ତି। ତେବେ ଆଜି ମାଲଗୋଦାମ, ରିଟେଲ୍‌ କାଉଣ୍ଟର ଓ ମାଲ୍‌ ଅନଲୋଡିଂ ବନ୍ଦ ମଧ୍ୟ ରହିଛି।

ସେପଟେ ଇ-ଫାର୍ମାସି ଓ ଅନ୍‌ଲାଇନ୍‌ ଔଷଧ ବିକ୍ରିକୁ ବିରୋଧ କରି ଆଜି ଅଖିଳ ଭାରତୀୟ ଔଷଧ ବ୍ୟବସାୟୀ ମହାସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟରେ ଉତ୍କଳ କେମିଷ୍ଟ୍‌ ଏଣ୍ଡ୍‌ ଡ୍ରଗିଷ୍ଟ୍‌ ଆସୋସିଏସନ୍ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛି।

ଫଳରେ ରାଜ୍ୟରେ ୨୨ ହଜାର ଔଷଧ ଦୋକାନ ବନ୍ଦ ରହିଛି ବୋଲି ଜଣାପଡ଼ିଛି। ବନ୍ଦରେ ଜରୁରୀକାଳୀନ ସେବା ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପାଇଁ ରାଜ୍ୟରେ  ସରକାରୀ ଓ ବେସରକାରୀ ହସ୍ପିଟାଲ ପରିସରରେ ଥିବା ଔଷଧ ଦୋକାନ ଖୋଲା ରହିଛି।

LEAVE A REPLY

Please enter your comment!
Please enter your name here