ଅମିତ ଶାହାଙ୍କ ଜୀବନ ପ୍ରତି ବିପଦ ଥିବାର ସୂଚନା:ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

0
381

ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଶୁକ୍ରବାର ଆହୁରି କଡ଼ାକଡ଼ି କରାଯାଇଛି। ତାଙ୍କ ଜୀବନ ପ୍ରତି ବିପଦ ଥିବାର ସୂଚନା ମିଳିଛି । ଫଳରେ ଶ୍ରୀ ଶାହା ଙ୍କୁ ଜେଡ ପ୍ଳସ୍ ସୁରକ୍ଷା ସହିତ ଆଡ଼ଭାନସ୍ ସିକ୍ୟୁରି ଟି ଲିଆସନ୍ (ଏ ଏସ ଏଲ୍) ସୁରକ୍ଷା ଯୋଗାଇ ଦିଆଯାଇଛି। ୨୦୧୪ରେ ମୋଦୀ ସରକାର ଆସିବା ପରେ ଶାହାଙ୍କୁ ଜେଡ ପ୍ଲସ୍ ସୁରକ୍ଷା ଦିଆଯାଇ ଥିଲା । ଏହି ଶ୍ରେଣୀରେ ଭିଭିଆଇପି ଲୋକଙ୍କ ସୁରକ୍ଷାରେ ସମୁଦାୟ ୩୬ଜଣ ସୁରକ୍ଷାକର୍ମୀ ନିଯୁକ୍ତ ହୋଇଥାନ୍ତି । ସେମାନଙ୍କ ମଧ୍ୟରୁ ୧୦ଜଣ ଏନଏସଜି ଓ ଏସପିଜି କମାଣ୍ଡୋଙ୍କ ସହ ପୁଲିସ ଦଳର ଲୋକମାନେ ସାମିଲ ହୋଇଥାନ୍ତି । ଗୃହ ମନ୍ତ୍ରାଳୟ ଏହି ନିଷ୍ପତି ସମ୍ବନ୍ଧରେ ସମସ୍ତ ରାଜ୍ୟକୁ ଚିଠି ଲେଖି ସୂଚିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here