ରେଭେନ୍ସା ନ୍ୟୁ ହଷ୍ଟେଲ ଛାତ୍ ରୁ ଖସି ଛାତ୍ରର ମୃତ୍ୟୁ

0
88

କଟକ: ରେଭେନ୍ସା ହଷ୍ଟେଲ ଛାତରୁ ପଡ଼ି ଗୁରୁବାର ସକାଳେ ଜଣେ ଦିବ୍ୟାଙ୍ଗ ଛାତ୍ରଙ୍କ ମୃତ୍ୟୁ ଘଟିଛି । ସକାଳ ୭ ଟାରେ ଏହି ଦୁର୍ଘଟଣା ଘଟିଛି । ରାଜନିତି ବିଜ୍ଞାନରେ ପିଏଚଡ଼ି କରୁଥିବା କୁଶଧର ବାଗ ନାମକ ଦିବ୍ୟାଙ୍ଗ ଛାତ୍ର କୌଣସି କାରଣରୁ ହଷ୍ଟେଲ ଛାତ ଉପରକୁ ଯାଇଥିଲେ ଏବଂ ଛାତରୁ ଖସିପଡ଼ିଥିଲେ । ତାଙ୍କୁ ତୁରନ୍ତ ହସପିଟାଲ ନିଆଯାଇଥିଲା ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମାଲଗୋଦମ ପୋଲିସ୍ ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ପୋଲିସ ଏକ ଅପମୃତ୍ୟୁ ମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here