ପ୍ରସ।ଶନ ମ।ନିଲ। ବ୍ରହ୍ମ ବିଭ୍ରାଟ ହୋଇଛି, ତଦନ୍ତ ରିପୋର୍ଟ କିନ୍ତୁ ସ।ର୍ବଜନୀନ କରିପ।ରିବୁ ନ।ହିଁ ।

0
65

ଭୁନନେଶ୍ୱର: ଶେଷରେ ନବକଳେବର ସମୟରେ ହୋଇଥିବା ବ୍ରହ୍ମ ବିଭ୍ରାଟର ତଦନ୍ତ ରିପୋର୍ଟ ଆସିଛି ହେଲେ ଏହ।କୁ ସ।ର୍ବଜନୀନ କରିପ।ରିବୁନି ବୋଲି ପ୍ରଶାସନ ରୋକଠୋକ୍ ମନ। କରିଦେଇଛି ।  ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ରିପୋର୍ଟ ଉପସ୍ଥାପିତ ହୋଇଥିଲା । ଏହି ରିପୋର୍ଟକୁ ସାର୍ବଜନୀନ କରାଯିବ ନାହିଁ । ଏପରି କି ସୂଚନା ଅଧିକାର ଆଇନ ବଳରେ ମାଗିଲେ ବି ତାହା ଦିଆଯିବ ନାହିଁ । ଏହା ଅତି ସ୍ପର୍ଶକାତର ବିଷୟ ହୋଇଥିବାରୁ ଏହାକୁ ସାର୍ବଜନୀନ କରାଯିବନାହିଁ କିନ୍ତୁ ବ୍ରହ୍ମବିଭ୍ରାଟ ହୋଇଥିବା ବିଷୟ ରିପୋର୍ଟରେ ଉଲ୍ଲେଖଥିବା କଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ଫଳରେ ବହୁ ଚର୍ଚ୍ଚିତ ବ୍ରହ୍ମ ବିଭ୍ରାଟ ଘଟଣା ଆଉ ଲୋକଲୋଚନକୁ ଆସିପାରିବ ନାହିଁ ସ୍ପଷ୍ଟ ହୋଇଛି ।

ସୂଚନାଯୋଗ୍ୟ  ୨୦୧୫ରେ ଶ୍ରୀଜଗନ୍ନାଥଙ୍କ ନବକଳେବର  ସମୟରେ ନୂତନ ବିଗ୍ରହ ସ୍ଥାପନ କରାଯାଇଥିଲା । ନିୟମ ଅନୁସାରେ ବିଳମ୍ବିତ ରାତ୍ରିରେ ବ୍ରହ୍ମ ପରିବର୍ତ୍ତନ ହେବା କଥା । ନୂତନ ବିଗ୍ରହ ନିର୍ମାଣ କରାଯାଇ ବ୍ରହ୍ମସ୍ଥାପନ ବିଳମ୍ବିତ ରାତ୍ରିରେ ନ କରି ଦିନରେ କରାଯାଇଥିଲା । ଏହାକୁ ନେଇ ସେତେବେଳେ ବହୁ ହୋହଲ୍ଲା ହୋଇଥିଲା । ସେବାୟତଙ୍କ ଭିତରେ ଗଣ୍ଡଗୋଳ ଲାଗି ବ୍ରହ୍ମସ୍ଥାପନ କାର୍ଯ୍ୟ ବିଳମ୍ବିତ ହୋଇଥିଲା । ଦିନରେ ବ୍ରହ୍ମ ସ୍ଥାପନ କରାଯିବା ବିଦ୍ଧି ସମ୍ମତ ନୁହେଁ ବୋଲି କୁହାଯାଇଥିଲା । ଶ୍ରୀ ଜୀଉଙ୍କ ଦାରୁ ଚିହ୍ନଟଠାରୁ ଆରମ୍ଭ କରି ବ୍ରହ୍ମସ୍ଥାପନ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ବିଭ୍ରାଟ ହୋଇଥିବା ଖବର ଆସିଥିଲା । ଶେଷରେ ବ୍ରହ୍ମସ୍ଥାପନକୁ ନେଇ ସେବାୟତଙ୍କ ଭିତରେ ମାରପିଟ ମଧ୍ୟ ହୋଇଥିଲା । ବ୍ରହ୍ମସ୍ଥାପନ ସମୟରେ କେଉଁମାନେ ଗର୍ଭ ଗୃହରେ ଉପସ୍ଥିତ ରହିବେ ତାକୁ ନେଇ ସେବାୟତଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାରେ ସରକାର ଏହାର ତଦନ୍ତ କରିଥିଲେ । ଇତିମଧ୍ୟରେ ତଦନ୍ତ ରିପୋର୍ଟ ଆସିଥିଲେ ମଧ୍ୟ ତାକୁ ଚାପି ଦିଆଯାଇଥିଲା । ବହୁ ବାଦ ବିବାଦ ଓ ଦାବି ପରେ ଶେଷରେ ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ଉପସ୍ଥାପନ କରାଯାଇଥିଲା । କୁହାଯାଇଥିଲା ବୈଠକରେ ପ୍ରଥମେ ଉପସ୍ଥାପନ କରାଯାଇ କେବେ ସାର୍ବଜନୀନ କରାଯିବ ତାହା ଘୋଷଣା ହେବ । ସାର୍ବଜନୀନ ପାଇଁ ପୂର୍ବରୁ କୁହାଯାଇଥିଲା । କିନ୍ତୁ ଆଜି ବୈଠକରେ ରିପୋର୍ଟ ଉପସ୍ଥାପନ ହେବା ପରେ ଏହାକୁ ଆଉ ସାର୍ବଜନୀନ କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ରିପୋର୍ଟରେ ଏଭଳି କିଛି ତଥ୍ୟ ରହିଛି ଯାହାକୁ ସାର୍ବଜନୀନ କଲେ ହୁଏତ ସରକାର କିମ୍ବା ପ୍ରଶାସନର ଅଧିକାରୀ ଅଡୁଆରେ ପଡ଼ିପାରନ୍ତି । ଏପରିକି ହୋଇପାରେ ସେବାୟତଙ୍କ ଭିତରେ ଗଣ୍ଡଗୋଳ ସୃଷ୍ଟି ହୋଇପାରେ । କିମ୍ବା ଅନ୍ୟ କୌଣସି ପ୍ରଶାସନିକ ଅଡୁଆ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ରିପୋର୍ଟ ଦେଖିଲା ପରେ ଶେଷରେ ଏହାକୁ ସାର୍ବଜନୀନ କରିବାକୁ ମନା କରିଦିଆଯାଇଛି । କିନ୍ତୁ ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର କହିଛନ୍ତି ଏହା ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏହି ପଦକ୍ଷେପ ନିଆଯାଇଛି । କିନ୍ତୁ ବ୍ରହ୍ମ ବିବ୍ରାଟ ହୋଇଛି ବୋଲି ସେ ସ୍ୱୀକାର କରିଛନ୍ତି । ଯାହା ଜଣାପଡ଼ିଛି ଏଥିରେ ୧୦ରୁ ୧୫ ଜଣ ସେବକ ସମ୍ପୃକ୍ତ ଅଛନ୍ତି । ସେବକ ଦେଇତାପତି ହୋଇପାରନ୍ତି ଓ ମହାରଣା ସେବକ ହୋଇପାରନ୍ତି । ଏମାନଙ୍କ ବିରୋଧରେ ଶ୍ରୀମନ୍ଦିର ଆଇନର ଧାରା ୨୧ (ଖ) ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ପ୍ରଥମେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯବି । ତା ପରେ ପଦକ୍ଷେପ ନିଆଯବି । ୩ ମାସ ଭିତରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରୀୟା ଶେଷ ହେବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର କହିଛନ୍ତି । ଏହି ରିିପୋର୍ଟ ଆସିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହି ରିପୋର୍ଟ ଚ।ପି ଦେବ।କୁ ନେଇ ଉଦ୍ୟମ କର।ଯ।ଇଛି ବୋଲି ବିଭିନ୍ନ ର।ଜନୈତିକ ଦଳ କହିଛନ୍ତି । ସେହିପରି ଶ୍ରୀମନ୍ଦିର ସଂସ୍କାର ନେଇ ମୁଖ୍ୟ ପ୍ରଶାସକ କହିଲେଯେ, ଅକ୍ଟୋବର ପହିଲାରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ  । ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥା ଆରମ୍ଭ କରାଯିବ  । ଏଣିକି ନିୟମିତ ବ୍ୟବଧାନରେ ବ୍ୟାଙ୍କକୁ ଦାନ ସୁନା ଯିବ  । ପ୍ରତି ସୋମବାର ଏସବିଆଇ ଲକରକୁ ଦାନ ସୁନା ଯିବ ବୋଲି ସେ କହିଛନ୍ତି  । ସେହିପରି ଶ୍ରୀମନ୍ଦିର କର୍ମଚାରୀ ସଂଖ୍ୟା ହ୍ରାସ କରାଯିବାକୁ ନିଷ୍ପତି ନିଆଯାଇଛି  । ୧୮ଟି ସେକ୍ସନ ମଧ୍ୟରୁ ୧୦ଟି ସେକ୍ସନ ରଖାଯିବାକୁ ନିଷ୍ପତି ହୋଇଛି  । ସୁପ୍ରିମକୋର୍ଟଙ୍କ ୧୨ଟି ସୁପାରିଶ ମଧ୍ୟରୁ ୧୦ଟି ସୁପାରିଶ କାର୍ଯ୍ୟକାରୀ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତି ନିଆଯାଇଛି  ।

 

ରର

LEAVE A REPLY

Please enter your comment!
Please enter your name here