ପୂର୍ବତନ ବିଜେପି କର୍ପୋରେଟରଙ୍କ ଘରେ ପଶି ୧୦ ଲକ୍ଷ ଟଙ୍କାର ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ

0
82

ଭୁବନେଶ୍ୱର : ପୂର୍ବତନ ବିଜେପି କର୍ପୋରେଟରଙ୍କ ଘରେ ପଶି ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ । ଦୁଇଟି ବାଇକ୍‌, ୨ଟି ସ୍କୁଟି ଓ ଗୋଟିଏ ମାରୁତି ଗାଡ଼ିକୁ ପୋଡ଼ି ଦେଇଛନ୍ତି । ଗତକାଲି ରାତିରେ ଭୁବନେଶ୍ୱର ଖାରବେଳନଗର ଅଞ୍ଚଳରେ ଘଟିଛି ଘଟଣା ।

ପୂର୍ବତନ କର୍ପୋରେଟର ଲାଲା ଅଶୋକ କୁମାର ରୟ ରାତିରେ ଖାଇ ଶୋଇଥିଲେ । ବିଳମ୍ବିତ ରାତି ୧ଟା. ୩୦ ମିନିଟରେ ଜୋରରେ ଶବ୍ଦ ହେବା ପରେ କୁକୁର ଭୋକିଥିଲା । ଏହାପରେ ଅଶୋକ ଉଠି ଦେଖିଲା ବେଳକୁ ତାଙ୍କ ଗାଡ଼ି ପୋଡ଼ି ଯାଇଥିବା ଦେଖିଥିଲେ । ପ୍ରାୟ ୮ରୁ ୧୦ ଲକ୍ଷ ଟଙ୍କାର ଗାଡ଼ି ପୋଡ଼ି ଯାଇଥିବା ସେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here