ଦ।ମ ରାଉତଙ୍କୁ ଚେକ୍ ଦେବେ ବଡ଼ଭ।ଇ ବ।ମଦେବ ର।ଉତ !

0
1463

ଭୁବନେଶ୍ୱର: ଶ।ସକ ବିଜେଡ଼ି ଦଳ ପ।ର।ଦୀପରେ କ।ହ।କୁ ପ୍ରର୍ଥୀ କରିବ ତ।ହ।କୁ ନେଇ ଅଡ଼ୁଆ ରେ ପଡିଥିବା ବେଳେ ଦ।ମ ର।ଉତଙ୍କ ବ।ଣ ବିଜେଡ଼ିକୁ ଦିନକୁ ଦିନ ଅଡ଼ୁଆରେ ପକାଇ ବ।ରେ ଲ।ଗିଛି ।ଏପଟେ ଜଗତସିଂହପୁର ଜିଲ୍ଲାରେ ଜଣେ ହେଲେ ବିଜେଡି ପ୍ରାଥୀ ଜିତିବେ ନାହିଁ ବୋଲି ଡା.ଦାମୋଦର ରାଉତ ସୋମବାର ଘୋଷଣା କରିବା ପରେ ମଙ୍ଗଳବାର ତାଙ୍କ ପରିବାର ଭିତରେ ଦେଖା ଦେଇଛି ର।ଛନୈତିକ ତୁମ୍ବିତୋଫ।ନ କ।ରଣ ଡା.ରାଉତଙ୍କୁ ଚେକ୍ ଦେବ। ପ।ଇଁ କମର କଷି ଛନ୍ତି ତାଙ୍କ ବଡ ଭାଇ ବାମ ଦେବ ରାଉତ । ସେ ଖୋଲାଖୋଲି କହିଛନ୍ତି ବିଜେଡି ତାଙ୍କୁ ଟିକେଟ ଦେଲେ ସେ ଲଢିବେ । ଅନ୍ୟ ପଟେ ଏକଥା ବି ଆଲୋଚନା ହେଉଛି ଡା.ରାଉତଙ୍କ ବଡଭାଇର ଝିଅକୁ ବିଜେଡି ଟିକେଟ ଦେବା ପାଇଁ ଯୋଜନା କରୁଛି । ଏହା ପରେ ଦ।ମ ତାଙ୍କ ପୂର୍ବ ମତକୁ ବଦଳାଇଛନ୍ତି । ଏଥିରେ ଜା.ରାଉତ କହିଛନ୍ତି ଯଦି ବିଜେଡିର ଟିକେଟ ଦେବାର ଅଛି ତେବେ ତାଙ୍କ ପୁଅ ବିଜେଡିର ସଂପାଦକ ଅଛନ୍ତି, ତାଙ୍କୁ ନଦେଇ ଝିଆରିକୁ କାହିଁକି ଦେବେ । ପୂର୍ବରୁ ଡା.ରାଉତ କହିଥିଲେ ଯେ, ତାଙ୍କ ପୁଅ ଅଶୋକ ଦାସ କି କଳ୍ପତାରୁ ଦାସ ଙ୍କ ପୁଅଙ୍କ ଭଳି ନୁହଁନ୍ତି ଯିଏ ବାପା କଥାରୁ ଓହରିଯିବେ । ଏଥିସହ ନିଜେ ଘୋଷଣା କରିଥିଲେ ସେ ପାରାଦୀପରୁ ଏଥର ନିଶ୍ଚୟ ଲଢିବେ । ବିଜେଡି ଷଡ ଯନ୍ତ୍ର କରି ତାଙ୍କ ପୁଅକୁ ଟିକେଟ ଦେଲେ ପୁଅ ଲଢିବ ନାହିଁ । ଏବେ ଝିଆରି କଥା ଆଲୋଚନା ହେବାରୁ ସେ ତାଙ୍କ ମତ ପରିବର୍ତ୍ତନ କରିଛନ୍ତି ।

ସେ ଏକଥା ବି କହିଛନ୍ତି ବିଜେଡିର ଟିକେଟ ଦବା କଥା ଥିଲା ମୋତେ ବହିଷ୍କାର କରିବା ପରେ ମୋ ପୁଅକୁ ତ ବିଜେଡିର ଗୋଟେ ସଂପାଦକ କରିଛନ୍ତି । ତାକୁ ପାର୍ଥୀ ନ କରି ମୋ ଝିଆରୀ ଆଡକୁ କାହିଁକି ଗଲେଣି । ଏହା ହେଉଛି କାପୁରୁଷତାର ଲକ୍ଷଣ ବୋଲି ଡା. ରାଉତ କହିଛନ୍ତି ।
ଅନ୍ୟପଟେ ବିଜେପିରେ ଥିବା ଡା. ରାଉତଙ୍କ ବଡଭାଇ ବାମଦେବ ବିଜେଡି ପାର୍ଥୀ ହୋଇ ଲଢିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ମୁଁ ତ ବିଜେପିରେ ଅଛି, ଯଦି ବିଜେଡି ଦଳ ନିଷ୍ପତ୍ତି ନେବ ମୁଁ ଛିଡା ହେବା ପାଇଁ ତେବେ ସେଠି ମୁଁ ବାମଦେବ ରାଉତ ହିସାବରେ ଯିବିନି , ମୁଁ ବିଜେଡି ପାର୍ଥୀ ହିସାବରେ ଯିବି ବୋଲି କହିଛନ୍ତି । ତାଙ୍କ ଝିଅକୁ ବିଜେଡି ପାର୍ଥୀ କରିବା ପାଇଁ ହେଉଥିବା ଚର୍ଚ୍ଚା ସଂପର୍କରେ କହିଛନ୍ତି, ଜିତିବାର କ୍ଷମତା ଥିବା ବ୍ୟକ୍ତିକୁ ବିଜେଡି ଚୟନ କଲେ ଅସୁବିଧା କଣ ବୋଲି ପ୍ରଶ୍ନ କରିଛନ୍ତି । ଫଳରେ ଡା. ରାଉତ ବିଜେଡିକୁ ଯେଉଁ ରଣ ହୁଂକାର ଦେଇଛନ୍ତି ସେଥିରେ ତାଙ୍କୁ ମୁକାବିଲା କରିବା ପାଇଁ ନିର୍ବାଚନ ମଇଦାନରେ ଓହ୍ଲାଇବାକୁ ତାଙ୍କ ବଡ ଭାଇ ବା ଝିଆରି ଆସିପାରନ୍ତି । ଏହ। ଦ।ମଙ୍କୁ ଅଡ଼ୁଆରେ ପକ।ଇପ।ରେ ।

 

LEAVE A REPLY

Please enter your comment!
Please enter your name here