ପୁଣି ବାଣୀବିହାରରେ ଗୋଷ୍ଠୀସଂଘର୍ଷ

0
120

ଭୁବନେଶ୍ୱର : କିଛିଦିନର ବ୍ୟବଧାନ ପରେ ପୁଣି ବାଣୀବିହାର ଅଶାନ୍ତ ହୋଇପଡିଛି । ବିଶ୍ୱବିଦ୍ୟାଳୟର ଫାଟକ ବନ୍ଦକୁ କେନ୍ଦ୍ର କରି ଏହି ଗୋଷ୍ଠୀ ସଂଘର୍ଷ ଘଟିଥିବା ସୂଚନା ମିଳିଛି । ସୋମବାର ରାତିରେ ୨ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବା ସହ ମାଡ ମରାମରି ହୋଇଥିବା ଖବର ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ôଚ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟ ପରିସରରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ପ୍ରକାଶଯୋଗ୍ୟ, କିଛି ଫାର୍ମାସିଷ୍ଟ ଛାତ୍ର ସଂଧ୍ୟାରେ ବାଣୀବିହାରର ମୁଖ୍ୟ ଫାଟକକୁ ବନ୍ଦ କରି ଅନଶନ କରୁଥିଲେ । ଏହି ସମୟରେ ବାଣୀବିହାରର ଜଣେ ପୁରାତନ ଛାତ୍ର କାର୍ରେ ଆସି ଗେଟ୍ ଖୋଲିବାକୁ କହିଥିଲେ । କିନ୍ତୁ ଆନ୍ଦୋଳନକାରୀ ଛାତ୍ରମାନେ ଗେଟ୍ ଖୋଲି ନ ଥିଲେ । ପୁରାତନ ଛାତ୍ରଜଣକ ଏହା ଶୁଣିବା ପରେ ନିଜର ସମର୍ଥକଙ୍କୁ ସେଠାକୁ ଡାକିଥିଲେ । ଏହା ପରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହେବା ସହ ମାଡ ମରାମରି ହୋଇଥିଲା । ଏଥିରେ ଉତ୍କ୍ଷୀପ୍ତ ହୋଇ ଗୋଟିଏ ପକ୍ଷର ଛାତ୍ର ଗୋଷ୍ଠୀ ଆନ୍ଦୋଳନକାରୀ ଛାତ୍ରଙ୍କୁ ନିସ୍ତୁକ ପିଟିଥିଲେ । ଏହି ଗୋଷ୍ଠୀ ସଂଘର୍ଷ ପଛରେ ଛାତ୍ର ସଂସଦ ନିର୍ବାଚନର ପୂର୍ବ ଶତ୍ରୁତା ରହିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

LEAVE A REPLY

Please enter your comment!
Please enter your name here