ନାଳକୁ ଓଲଟି ପଡ଼ିଲା ବୋଲେରୋ, ୫ ମୃତ

0
89

ପୁରୀ: ପୁରୀ ଜିଲ୍ଲା ରାମେଶ୍ୱର ଜଗନ୍ନାଥ ସଡକ ରୁଆ ନିକଟରେ ମଙ୍ଗଳବାର ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଏକ ବୋଲେରୋ ଭାରସାମ୍ୟ ହରାଇ ନାଳ ଭିତରକୁ ପଶିଯିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୨ରୁ ଅଧିକ ଆହତ ହୋଇଛନ୍ତି । ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭାର୍ତ୍ତି କରାଯାଇଛି । ବୋଲେରୋରେ କିଛି ଯାତ୍ରୀ ବ୍ରହ୍ମପୁର ଇଚ୍ଛାପୁରରୁ ପୁରୀ ଶ୍ରୀକ୍ଷେତ୍ରକୁ ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବ୍ରହ୍ମପୁର ଇଚ୍ଛାପୁର ନିକଟସ୍ଥ ଜରଡ଼ା ଥାନା ଅନ୍ତର୍ଗତ ଲାଲ କମଙ୍ଗା ଗ୍ରାମର ଏକ ପରିବାର ଜଗନ୍ନାଥ ଦର୍ଶନ ପାଇଁ ସମ୍ପର୍କୀୟମାନଙ୍କୁ ଧରି ଏକ ବୋଲେରୋରେ ପୁରୀ ଆସୁଥିଲେ। ଜାତୀୟ ରାଜପଥର ଜଙ୍କିଆ ଥାନା ରାମେଶ୍ୱର ଛକରୁ ନୂଆ ଜଗନ୍ନାଥ ସଡ଼କ ଦେଇ ପୁରୀ ଆସୁଥିବା ବେଳେ ଚନ୍ଦନପୁର ଥାନା ଅନ୍ତର୍ଗତ ରୁଆ ଗ୍ରାମ ନିକଟରେ ବୋଲେରୋଟି ଭାରସାମ୍ୟ ହରାଇ ନୟନଯୋରୀକୁ ଓଲଟି ପଡିଥିଲା। ଆହତଙ୍କୁ ଚିକିତ୍ସା ନିମନ୍ତେ ଚନ୍ଦନପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here