ର।ସ୍ତ। ମଝିରେ ଯୁବତୀକୁ ଛୁର।ମ।ଡ଼

0
127

କଟକ: ବିଚ ରାସ୍ତାରେ ଜଣେ ଯୁବତୀଙ୍କୁ ଛୁରା ମାଡ଼ କରାଯାଇଛି । ସମ୍ପୃକ୍ତ ଯୁବତୀ ଜଣକ ଅଡ଼ଶପୁର ଉଦୟନାଥ କଲେଜର ଛାତ୍ରୀ ବୋଲି ଜଣାଯାଇଛି । କଲେଜ କ୍ୟାମ୍ପସ ବାହାରେ ତଥା ରାସ୍ତା ମଝିରେ ଜଣେ ଯୁବକ ସମ୍ପୃକ୍ତ ଛାତ୍ରୀଙ୍କୁ ଛୁରା ମାଡ଼ କରି ଚମ୍ପଟ ମାରିଛି । ଏଭଳି ମରଣାନ୍ତକ ଆକ୍ରମଣ ଯୋଗୁଁ ଛାତ୍ରୀଙ୍କ ଅଣ୍ଟା ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି ।

ତାଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଛୁରାମାଡ଼ କରିଥିବା ଯୁବକ ଜଣକ ସମ୍ପୃକ୍ତ ଛାତ୍ରୀଙ୍କ ସହପାଠୀ ବୋଲି ସୂଚନା ମିଳିଛି । ତେବେ ଏହି ଛୁରାମାଡ଼ ପଛର କାରଣ ସମ୍ପର୍କରେ କିଛି ଜଣାପଡ଼ିନଥିବାବେଳେ ପୁଲିସ ଏହାର ତନାଘନା କରୁଛି ।

LEAVE A REPLY

Please enter your comment!
Please enter your name here