ଚିଟଫଣ୍ଡ ଟଙ୍କା ନମିଳିବାରୁ ମ। ଓ ପୁଅର ଆତ୍ମହତ୍ୟା !

0
8637

ଯୋଡ଼ା: ର।ଜ୍ୟରେ ଚିଟଫଣ୍ଡ ତଦନ୍ତ କୁ ନେଇ ଅନିଶ୍ଚିତତା ଲ।ଗି ରହିଥିବା ବେଳେ ଜମ।କ।ରୀ କେବେ ତ।ଙ୍କ ଜମା ଟଙ୍କା ଫେରି ପ।ଇବେ ସେ ତଥ କ।ହ। ପ।ଖରେ ନ।ହିଁ । ଏପଟେ ଦିନ ପରେ ଦିନ ଗଡି ଚ।ଲିଥିବ। ବେଳେ ଏପରି ଏକ ସମ୍ବେଦନଶୀଳ।ଘଟଣା ନଜରକୁ ଆସିଛି । ଯୋଡ଼ା ପୌରପାଳିକା ଅନ୍ତର୍ଗତ ବନେଇକଳା ନେପାଳୀ ହଟିଂରେ ମା’ ପୁଅଙ୍କ ସନେ୍ଦହଜନକ ଭାବରେ ମୃତୁ୍ୟ ଘଟିଛି । ତେବେ ଚିଟ୍ଫଣ୍ଡ ଅର୍ଥ ଫେରସ୍ତ ନପାଇ ଦୁହେଁ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ଏହା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘର ଖୋଲି ଭିତରେ ପୁଅ ପ୍ରଦୀପ କୁମାର ଦାସ(୩୫)ଙ୍କ ଗଳିତ ଶବ ଦେଖିଥିଲେ ଓ ନିକଟରେ ତାଙ୍କ ମା’ ଭାରତୀ ଦାସ (୬୦) ମଧ୍ୟ ମୁମୂର୍ଷୁ ଅବସ୍ଥାରେ ପଡିଥିଲେ । ତାଙ୍କୁ ବନେଇକଳାର ଏକ ସ୍ୱେଚ୍ଛାସେବୀ ସଂଗଠନ ଡାକ୍ତରଖାନା ନେବାକୁ ଉଦ୍ୟମ କରୁଥିବା ସମୟରେ ତାଙ୍କର ମୃତୁ୍ୟ ଘଟିଥିଲା ।
ପୁଲିସର କହିବା ଅନୁଯାୟୀ, ୨/୩ଦିନ ପୂର୍ବରୁ ପ୍ରଦୀପଙ୍କ ମୃତୁ୍ୟ ଘଟିଛି ଓ ସେ ଆତ୍ମ ହତ୍ୟା କରିଥିବା ସନେ୍ଦହ କରାଯାଉଛି । ଭାରତୀ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ତାଙ୍କ ସ୍ୱାମୀ ସ୍ଥାନୀୟ ଏକ ବିଦ୍ୟାଳୟରେ ବଙ୍ଗଳା ଶିକ୍ଷକ ଥିଲେ ଏବଂ ଅବସର ପରେ ନେପାଳୀ ହଟିଂରେ ସ୍ଥାୟୀ ଭାବେ ଘର କରି ରହିଥିଲେ । କିଛି ବର୍ଷ ପୂର୍ବେ ତାଙ୍କର ଦେହାନ୍ତ ହୋଇଥିଲା । ଭାରତୀ ପଶ୍ଚିମ ବଙ୍ଗର ହୁଗୁଳି ଜିଲ୍ଲା ଗୋଘାଟ ଥାନାର ମନ୍ଦାରନ ଗ୍ରାମରେ । ତାଙ୍କ ଘରୁ ରୋଜ ଭ୍ୟାଲି ଚିଟଫଣ୍ଡ ସଂସ୍ଥାରେ ୬ଲକ୍ଷ ଟଙ୍କା ଜମା ହୋଇଥିବା କାଗଜପତ୍ର ମିଳିଛି । ଏହା ବାପା, ମା’ ଓ ପୁଅଙ୍କ ମୃତୁ୍ୟର କାରଣ ବୋଲି ସନେ୍ଦହ କରାଯାଉଛି । ସାରା ଜୀବନ ରୋଜଗାର କରି ସଞ୍ଚୟ କରିଥିବା ଶେଷ ସମ୍ବଳ ହରାଇ ସମଗ୍ର ପରିବାର ମ୍ରିୟମାଣ ହୋଇପଡିଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରଦୀପଙ୍କ କାମଧନ୍ଦା ନଥିବା ସହିତ ରୁଗ୍ଣ ମା’ ର ଚିକିତ୍ସା ତାଙ୍କ ଉପରେ ବୋଝ ପାଲଟିଥିଲା । ଚିତଫଣ୍ଡ ଟଙ୍କା ଫେରସ୍ତ ପାଇଲେ ତାଙ୍କ ଚଳଣୀରେ ପରିବର୍ତ୍ତନ ହେବ ବୋଲି ସେ ଆଶା କରିଥିଲେ । ଦୀର୍ଘ ଦିନ ଧରି ଏହି ଟଙ୍କା ଫେରସ୍ତ ନପାଇବାରୁ ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ତେଣୁ ସେ ଆତ୍ମହତ୍ୟା କରିଥିବା ସନେ୍ଦହ କରାଯାଉଛି । ଉଭୟ ମୃତ ଦେହକୁ ସୋମବାର ବ୍ୟବଚ୍ଛେଦ ନିମନ୍ତେ ବଡବିଲ ପଠାଯାଇଥିବା ବେଳେ ଏହାର ସଠିକ୍ କାରଣ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିବ ବୋଲି ପୁଲିସ କହିଛି । ପୁଲିସ ତାଙ୍କ ଗ୍ରାମକୁ ଖବର ଦେଇଛି ।

LEAVE A REPLY

Please enter your comment!
Please enter your name here