ଏସିଆ କପ୍: ଆଜି ଭାରତ – ଆଫଗାନିସ୍ତାନ ମୁକାବିଲା

0
68

ଦୁବାଇ: ଏସିଆକପ୍ ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ଦଳ ମଙ୍ଗଳବାର ଆଫଗାନିସ୍ତାନ ବିପକ୍ଷରେ ନିଜର ଅନ୍ତିମ ସୁପରଫୋର ମ୍ୟାଚ ଖେଳିବାକୁ ଯାଉଛି । ଫାଇନାଲ ପୂର୍ବରୁ ଏହା ଭାରତ ପାଇଁ ଏକ ଅଭ୍ୟାସ ମ୍ୟାଚ ଭଳି ସଦୃଶ୍ୟ ହେବ । ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ସୁଯୋଗ ପାଇନଥିବା ଖେଳାଳୀମାନଙ୍କୁ ଏହି ମ୍ୟାଚରେ ପଡିଆକୁ ଓହ୍ଲାଇ ପାରେ। ଏହା ସହ ଭାରତ ନିଜର ଅପରାଜେୟ ଧାରା ଜାରି ରଖିବା ପାଇଁ ମଧ୍ୟ ଲକ୍ଷ୍ୟ ରଖିଛି । ପ୍ରଥମ ମ୍ୟାଚରେ
ହଂକଂ ବିପକ୍ଷରେ ସଂଘର୍ଷପୂର୍ଣ୍ଣ ବିଜୟ ପରେ ଭାରତୀୟ ଦଳ ଦମ୍ଦାର ଖେଳ ଦେଖାଇ ପାକିସ୍ତାନକୁ ଦୁଇଥର ହରାଇଥିବା ବେଳେ ବାଂଲାଦେଶକୁ ଗୋଟିଏ ମ୍ୟାଚରେ ପରାସ୍ତ କରିଥିଲା । ଭାରତୀୟ ବୋଲରମାନେ ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ବିରୋଧୀ ବ୍ୟାଟ୍ସମ୍ୟାନମାନଙ୍କ ସମୁଖରେ ଶାଣିତ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି । ତେଣୁ ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here