ଗଜପତି ମହାରାଜଙ୍କ ସହ ଆଲୋଚନା କଲେ ଆମିକସକ୍ୟୁରୀ

0
71

ପୁରୀ: ଶ୍ରୀମନ୍ଦିରରେ ପରିଚାଳନାଗତ ତ୍ରୁଟିରେ ସଂସ୍କାର ଆଣିବା ପାଇଁ ଦୁଇ ଦିନିଆ ପୁରୀ ଗସ୍ତରେ ଆସିଥିବା ଆମିକସ୍‌କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍‌ ଆଜି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଭେଟିଛନ୍ତି। ଶ୍ରୀମନ୍ଦିର ପରିଚାଳନାରେ କିପରି ସଂସ୍କାର ଅଣାଯାଇପାରିବ, ସେ ସଂପର୍କରେ ଶ୍ରୀ ସୁବ୍ରମଣ୍ୟମ୍‌ ଆଲୋଚନା କରିଥିବା ଜଣାଯାଇଛି। ଏନେଇ ଶ୍ରୀନଅର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି, ଛତିଶା ନିଯୋଗ ସହ ଆଜି ଶ୍ରୀ ସୁବ୍ରମଣ୍ୟମ ଆଲୋଚନା କରିବେ ବୋଲି ଜଣାଯାଇଛି। ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ ଆସନ୍ତା ୨୪ ତାରିଖରେ ଆମିକସ୍‌କ୍ୟୁରୀଙ୍କ ରିପୋର୍ଟ ଆଧାରରେ ଶୁଣାଣି କରିବେ। ଗତକାଲି ଶ୍ରୀ ସୁବ୍ରମଣ୍ୟମ ପୁରୀ ଶ୍ରୀମନ୍ଦିର ପ୍ରଶାସନ ସହ ଏକ ବୈଠକରେ ଏନେଇ ଆଲୋଚନା କରିଥିଲେ। ବୈଠକରେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଏସ୍‌ପି ଡା.ସାର୍ଥକ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ। ଏହାପରେ ଶ୍ରୀ ସୁବ୍ରମଣ୍ୟମ୍‌ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here