ଆସନ୍ତା ଅକ୍ଟୋବରରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି

0
175

ଭୁବନେଶ୍ୱର: ସାଧାରଣ ନିର୍ବାଚନରେ ବିଜୟ ହ।ସଲ କରିବା ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମିଶନ ୨୦୧୯ ପାଇଁ ସବୁ ଦଳ ଅଣ୍ଟା ଭିଡ଼ି ସାରିଛନ୍ତି । ଗୋଟିଏ ପଟେ ୱାର୍ଡ ସୁଦୃଢ କରିବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେଡି କର୍ମୀଙ୍କୁ ଆହ୍ୱାନ ଦେଇଥିବାବେଳେ ଅପରପକ୍ଷରେ ବୁଥ ମଜବୁତ ପାଇଁ ଅଣ୍ଟା ଭିଡ଼ିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାକୁ କବଜା କରିବା ପାଇଁ ଶାହା ବାରବାର ଓଡ଼ିଶା ଆସୁଛନ୍ତି ।

ତେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏଥିରେ ପଛରେ ପଡ଼ିବାକୁ ଚାହୁଁନାହାନ୍ତି । ଓଡ଼ିଶାରେ ଦଳୀୟ ରଣନୀତି ସମ୍ପର୍କରେ ଆଲୋଚନା କରିବା ପାଇଁ ରାହୁଲ ଆସନ୍ତା ଅକ୍ଟୋବରରେ ଓଡ଼ିଶା ଆସୁଛନ୍ତି । ନଭେମ୍ବରରେ ବି ଆଉ ଥରେ ରାହୁଲଙ୍କ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି ।

ରାହୁଲଙ୍କ ଏହି ଓଡ଼ିଶା ଗସ୍ତ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ କେଉଁ କେଉଁ ତାରିଖରେ ରାହୁଲ ଗାନ୍ଧି ଓଡ଼ିଶା ଆସିବେ ସେନେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କିଛି ବି ସ୍ପଷ୍ଟ କରିନାହାନ୍ତି ।

LEAVE A REPLY

Please enter your comment!
Please enter your name here