ମନ୍ତ୍ରୀ ବଦ୍ରି ନ।ର।ୟଣ ପ।ତ୍ରଙ୍କ ପୁଅ ଦେବ।ଶିଷ ପ।ତ୍ର ଗିରଫ

0
2867

କଟକ:ପୋଲିସକୁ ଆକ୍ରମଣ ମାମଲାରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ତଥ। ଘଷିପୁର। ବ୍ଲକ ଅଧକ୍ଷ ଦେବାଶିଷ ପାତ୍ରକୁ ମଙ୍ଗୁଳିରୁ ଗିରଫ କଲା କେନ୍ଦୁଝର ପୋଲିସ, କାଲି ରାମଚନ୍ଦ୍ରପୁର ପଦନାରେ ପୋଲିସକୁ ଆକ୍ରମଣ କରି ଅଭିଯୁକ୍ତକୁ ଛଡ଼ାଇ ନେଇଥିବା ଅଭିଯୋଗ ରେ ଗିରଫ କଲା ପୋଲିସ । ପୁଅ ଗିରଫ ହେବା ପରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଉପରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାର ଚାପ ବଢ଼ିବାରେ ଲାଗିଛି।

ମିଳିଥିବା ସୂଚନା ଅନୁସାରେ, ଚଳିତମାସ ୬ତାରିଖରେ ଘସିପୁରା ପୌର ପରିଷଦ ଉପାଧ୍ୟକ୍ଷ ସୁରେଶ ସାହୁଙ୍କ ଗାଡ଼ି ଉପରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ପୁଅ ଦେବାଶିଷଙ୍କ ସହଯୋଗୀମାନେ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ମନ୍ତ୍ରୀଙ୍କ ସମର୍ଥକ କୁହାଯାଉଥିବା କିଛି ଲୋକଙ୍କୁ ପୁଲିସ୍ ଗିରଫ କରିଥିଲା।

 

 

LEAVE A REPLY

Please enter your comment!
Please enter your name here