ବିଜୁଳି ବଣ୍ଟନ ଦାୟିତ୍ୱରେ ଥିବା ତିନି ସଂସ୍ଥା ଉପରେ ୧୬୦କୋଟି ଟଙ୍କାରୁ ଅଧିକ ବକେୟା ଗଡୁଛି ।

0
97

ଭୁବନେଶ୍ବର: ରାଜ୍ୟରେ ବିଜୁଳି ବଣ୍ଟନ ଦାୟିତ୍ୱରେ ଥିବା ତିନି ସଂସ୍ଥା ଉପରେ ୧୬୦କୋଟି ଟଙ୍କାରୁ ଅଧିକ ବକେୟା ଗଡୁଛି । ଏହି ଅର୍ଥ ଆଦାୟ ଲାଗି ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ ଆଜି ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ୱେସ୍କୋ, ନେସ୍କୋ ଓ ସାଉଥ୍‍କୋର ପରିଚାଳନା ଭାର ରିଲାୟନ୍ସ ଇନ୍‍ଫ୍ରାକୁ ଦେବା ସମୟରେ ପୁଞ୍ଜିନିବେଶ କରିବା, କ୍ଷତି କମାଇବା, ନୂଆ ବୈଷୟିକ ଜ୍ଞାନ କୌଶଳର ବିନିଯୋଗ କରିବା, ଗ୍ରାହକମାନଙ୍କୁ ଉନ୍ନତମାନର ବିଜୁଳି ଯୋଗାଇଦେବା ଇତ୍ୟାଦି ସର୍ତ୍ତ ରଖାଯାଇଥିଲା ।

ଏହି ସର୍ତ୍ତଗୁଡିକୁ କାର୍ଯ୍ୟକାରୀ କରିବାରେ ରିଲାୟନ୍ସ ଇନ୍‍ଫ୍ରା ସମ୍ପୂର୍ଣ୍ଣ ରୂପେ ଅକ୍ଷମ ହେବାରୁ ମାନ୍ୟବର ଓଡିଶା ବିଦ୍ୟୁତ୍‍ ନିୟାମକ ଆୟୋଗ ୱେସ୍କୋ, ନେସ୍କୋ ଓ ସାଉଥ୍‍କୋର ଲାଇସେନ୍ସ ପ୍ରତ୍ୟାହାର କରିଥିଲେ । ଆପଲେଟ୍‍ ଟ୍ରିବ୍ୟୁନାଲ ଓ ସୁପ୍ରିମ୍‍କୋର୍ଟ ଲାଇସେନ୍ସ ପ୍ରତ୍ୟାହାର ରାୟକୁ ବଳବତ୍ତର ରଖିଛନ୍ତି ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ବିଦ୍ୟୁତ୍‍ ଶୁଳ୍କ ବାବଦରେ ୱେସ୍କୋ ଉପରେ ୧୦୩ କୋଟି ୯୪ ଲକ୍ଷ ଟଙ୍କାର ବକେୟା ଥିବାେବେଳେ ସାଉଥ୍‍କୋ ଉପରେ ୪୩କୋଟି ୫୨ଲକ୍ଷ ଓ ନେସ୍କୋ ଉପରେ ୧୮କୋଟି ୭୦ ଲକ୍ଷ ଟଙ୍କା ଗଡୁଛି । ପର୍ଯ୍ୟାୟକ୍ରମେ ଏହି ଅର୍ଥ ଆଦାୟ ପାଇଁ ସରକାରଙ୍କ ତରଫରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ।

LEAVE A REPLY

Please enter your comment!
Please enter your name here