୨୦ବର୍ଷର ଦାବି ପ୍ରତିଶ୍ରୁତିରେ ଝୁଲୁଛି

0
97

ରଘୁନାଥପୁର: ମହାନଦୀର ଶିର୍ଲୋ ଘାଟ(ମହାନଦୀ)ରେ ପୋଲ ନିର୍ମାଣ ପାଇଁ ଘାଟ ଉପରେ ନିର୍ଭର କରୁଥିବା ୫୦ରୁ ଊଦ୍ଧ୍ୱର୍ ଗାଁର ହଜାର ହଜାର ଜନତା ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆନେ୍ଦାଳନ କରିବା ଚେତାବନୀ ଦିଆଯାଇଛି ।
ପ୍ରକାଶ ଯେ ଶିର୍ଲୋ ଘାଟରେ ଏକ ପୋଲ ନିର୍ମାଣ ନିମନ୍ତେ ଆଜକୁ ୨୦ବର୍ଷ ହେଲା ଦାବି ହୋଇ ଆସୁଛି । ପୋଲ ନିର୍ମାଣ ହେଲେ ନେମାଳରୁ ପୁରୀ ଏବଂ ଜଗତସିଂହପୁର ଜିଲ୍ଲା ସଦର ମହକୁମାରୁ ରତ୍ନଗିରୀ ସହ ଯାତାୟତର ବହୁ ସୁବିଧା ହୋଇପାରନ୍ତା । ଏପରିକି ଲଳିତଗିରି, ଚଣ୍ଡିଖୋଲରୁ ପୁରୀ, କୋଣାର୍କ ଭାୟା ଜଗତ୍ସିଂହପୁର ମଧ୍ୟରେ ବସ୍ ଓ ଅନ୍ୟାନ୍ୟ ଚାରିଚକିଆ ଯାନବାହନ ଯାତାୟତର ନିମନ୍ତେ ଖୁବ୍ କମ୍ ଦୂରତା ହୋଇପାରିବ । ଶିର୍ଲୋ ଠାରେ ମହାନଦୀରେ ସେତୁ ନିର୍ମାଣ କରାଗଲେ ୫ଟି ଜିଲ୍ଲା(ଜଗତିସଂହପୁର, ପୁରୀ, କଟକ, କେନ୍ଦ୍ରାପଡ଼ା, ଯାଜପୁର) ସହ ଯୋଗାଯୋଗର ସୁବିଧା ହୋଇପାରିବ । ହେଲେ ଦାବିକୁ ଅଣଦେଖା କରାଯାଉଥିବାରୁ ଧିରେ ଧିରେ ଏହି ଅଞ୍ଚଳରେ ଆନେ୍ଦାଳନ ତୀବ୍ର ରୂପ ନେବାରେ ଲାଗିଛି । ପୋଲ ନିର୍ମାଣ ପାଇଁ ମୃତ୍ତିକା ପରୀକ୍ଷା ପାଇଁ ସର୍ଭେ ରିର୍ପୋଟ କରାଯାଇ କାର୍ଯ୍ୟ ନିମନ୍ତେ ଟଙ୍କା ମଞ୍ଜୁର ହୋଇଛି । ହେଲେ ଏହି ଫାଇଲ୍ ଏବେ ନାଲିଫିତା ତଳେ ।
ରଘୁନାଥପୁର ବ୍ଲକ୍ ଅଧୀନ ଶିର୍ଲୋମାଣପୁର, ଇଶାଣିବ୍ରହ୍ମପୁର ପଞ୍ଚାୟତ ଜିଲ୍ଲା ପୁନଃଗଠନ ହେବାପରେ ନିଶ୍ଚିତକୋଇଲି ବ୍ଲକ୍ରେ ମିଶିବା ଦ୍ୱାରା ଏହି ୩ଟି ପଞ୍ଚାୟତର ଅଧିବାସୀମାନେ ନିଶ୍ଚିନ୍ତକୋଇଲି ବ୍ଲକକୁ ୭୨ କିମି ଦୂର କଟକ ଦେଇ ବୁଲି ବୁଲି ଯାଉଛନ୍ତି । ଶିର୍ଲୋ ଘାଟରେ ପ୍ରତିଦିନ ଡଙ୍ଗାରେ ପାଣିମାଣ୍ଡୋ, ସାହୁକେତ, ପାଟେଣିଗାଁ, ଆର୍ତ୍ତକ, ସୁଦୁଖଣ୍ଡ, ସାଇଲୋ, ଡମପଡ଼ା, ସମିତଙ୍ଗା, ଅରେଇ, ଉଦୟପୁର, ବନ୍ଧୁପୁର, ସାଆନ୍ତପୁର, ଓରିକଣ୍ଟା, ରଙ୍ଗବଜାର, ନେମାଳୋ, ଜଳଦିଆ, ହରହଂସ, ପାଳଦା, ମାଣିକପୁର, ପଳାସ, କୂଳସମିତଙ୍ଗା, ଭାବରଚାନ୍ଦ, ଚର୍ଚ୍ଚିଲିଆ, ଶିର୍ଲୋ, ଖେଣ୍ଟାଳୋ, ବରହମପୁର, ଜାହାନପୁର, ବ୍ରାହ୍ମଣଖଣ୍ଡ, କାଠୁଆଖଣ୍ଡ, ବାଙ୍କଳ, ସାଧୁସାାହି, ରଇପଡ଼ା, ଇଶାଣୀବ୍ରହ୍ମପୁର, ପ୍ରହରାଜପୁର, ପଣ୍ଡୁଆ, ପଦ୍ମପୁର, ରଘୁନାଥପୁର, ଜଗନ୍ନାଥପୁର, ଚାନ୍ଦପୁର, ଗୋଠିଣା, ବିରାଟକଟକ, କୁଆମଙ୍ଗା, ଧରାଧରପୁର, ପୁରଣ ଓଡ଼ପଡ଼ା, ଖରିପଡ଼ିଆ, କୋରକୋରା, ଧରାଧରପୁର ଆଦି ବହୁଅଞ୍ଚଳର ହଜାର ହଜାର ଲୋକ ବହୁକଷ୍ଟରେ ମହାନଦୀ ପାରି ହୋଇ ଯାତାୟତ କରୁଛନ୍ତି । ଘାଟରେ ପାରିହେବାକୁ ସବୁସମୟରେ ମଧ୍ୟ ଡଙ୍ଗା ମିଳେ ନାହିିଁ । ନିର୍ଦ୍ଦିଷ୍ଟ ସମୟରେ ନଆସିଲେ ଲୋକମାନେ ନଦୀ ପାରହେବା ପାଇଁ ଡଙ୍ଗା ପାଆନ୍ତି ନାହିଁ । ସେହିପରି ପ୍ରସିଦ୍ଧ ପୀଠ ନେମାଳ ପଦ୍ମବନରୁ ନୀଳାଚଳ ଧାମ ପୁରୀକୁ ଏ ଅଞ୍ଚଳର ଲୋକ ସହଜରେ କମ୍ ରାସ୍ତାରେ ଯିବାକୁ ହେଲେ ମହାନଦୀର ଶିର୍ଲୋଠାରେ ଏକ ପୋଲ ନିର୍ମାଣର ଏକାନ୍ତ ଆବଶ୍ୟକତା ରହିଛି ।
ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ କରିବାକୁ ଆଗାମୀ ଓଡ଼ିଶା ସଭାପତି ବିଜୟ କୁମାର ସ୍ୱାଇଁ, ପ୍ୟାରିମୋହନ ପଟ୍ଟନାୟକ, ଆଇନଜୀବୀ ଏମ୍ଏନ୍ ହର୍ଷବର୍ଦ୍ଧନ, ମାନସ ଅଧ୍ୟାପକ ଶରତ ରାଉତରାୟ, ପଣ୍ଡିତ ଶ୍ରୀବତ୍ସ ଦାସ ମହାପାତ୍ର, ରଞ୍ଜନ ମଣ୍ଡଲ, ପ୍ରଭାତ ମହାପାତ୍ର, ଅଭିରାମ ଦାସ, ସ୍ଥାନୀୟ ଶିର୍ଲୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ଲିଲିସାହୁ, ସମାଜସେବୀ ସୁଧାକର ମାଦେଳିଙ୍କ ସମେତ ଅନ୍ୟମାନେ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିବା ସହିତ ଏଠାରେ ପୋଲ କାର୍ଯ୍ୟ ତୁରନ୍ତ ଆରମ୍ଭ କରାନଗଲେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here