ଆଜି ଭାରତ-ପାକ୍ ହାଇଭୋଲଟେଜ୍ ମ୍ୟାଚ୍

0
65

ଦୁବାଇ: ଏସିଆ କ୍ରିକେଟର ଦୁଇ ମହାଶକ୍ତି ଭାରତ ଓ ପାକିସ୍ତାନ ପୁଣିଥରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ମୁହାଁମୁହିଁ ହେବାକୁଯାଉଛନ୍ତି । ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫ମ ମୁକାବିଲାରେ ବୁଧବାର ଏହି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ସାମ୍ନାସାମ୍ନି ହେବେ । ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ମହାମୁକାବିଲା ପାଇଁ କ୍ରିକେଟ ପ୍ରେମୀମାନେ ଜବରଦସ୍ତ ଉତ୍ସାହରେ ରହିଛନ୍ତି । ପ୍ରାୟ ଗୋଟିଏ ବର୍ଷର ବ୍ୟବଧାନ ପରେ ପୁଣିଥରେ ଅନ୍ତରାଷ୍ଟ୍ରୀୟ ପ୍ଲାଟ୍ଫର୍ମରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁଯାଉଛନ୍ତି । ଶେଷଥର ପାଇଁ ୧୮ଜୁନ୍ ୨୦୧୭ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଏହି ଦୁଇଦଳ ପରସ୍ପରକୁ ଭେଟିଥିଲେ । ସେହି ମ୍ୟାଚ୍ରେ ଭାରତକୁ ପରାସ୍ତ କରି ପାକିସ୍ତାନ ଚାମ୍ପିଅନ ହୋଇଥିଲା । ଟିମ୍ ଇଣ୍ଡିଆ ଏସିଆ କପ୍ରେ ସେହି ପରାଜୟନର ପ୍ରତିଶୋଧ ନେବା ପାଇଁ ଲକ୍ଷ୍ୟ ରଖିଛି । ତେବେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଭାରତ ପାଇଁ ଏହି ମ୍ୟାଚ୍ ଜିତିବା ଏତେ ସହଜ ରହିବନି । ପ୍ରଥମ ମୁକାବିଲାରେ ହଂକଂକୁ ୮ ୱିକେଟ ପରାସ୍ତ କରିଥିବା ପାକିସ୍ତାନ ଉଚ୍ଚ ମନୋବଳ ସହ ପଡିଆକୁ ଓହ୍ଲାଇବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଏହି ମୁକାବିଲାରେ ପାକିସ୍ତାନକୁ କଡା ଟକ୍କର ଦେବାପାଇଁ ଚେଷ୍ଟା କରିବ । ଭାରତକୁ ଉଭୟ ବିଭାଗରେ ନିଜର ସର୍ବଶ୍ରେଷ୍ଠ ଖେଳ ଦେଖାଇବାକୁ ହେବ । ଏହି ମ୍ୟାଚ୍ କେବଳ ଦୁଇ ଦଳ ମଧ୍ୟରେ ନୁହେଁ ବରଂ ଦୁଇ ଦେଶର କ୍ରିକେଟ ପ୍ରେମୀମାନଙ୍କ ମଧ୍ୟରେ ହେବାକୁଯାଇଛି ।

LEAVE A REPLY

Please enter your comment!
Please enter your name here