ଦୁଇଟି ବ୍ରିଟିଶ ସାଟେଲାଇଟ ମହାକାଶକୁ ଛାଡିବ ଇସ୍ରୋ

0
67

ଆନ୍ଧ୍ରପ୍ରଦେଶ: ଆଜି ଦୁଇଟି ବ୍ରିଟିଶ ସାଟେଲାଇଟ ମହାକାଶକୁ ଛାଡିବ ଇସ୍ରୋ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବାନ ମହାକାଶ କେନ୍ଦ୍ରରୁ ଦୁଇଟି ବ୍ରିଟିଶ କୃତ୍ରିମ ଉପଗ୍ରହକୁ ମହାକାଶକୁ ଛାଡିବ । ଏହି ଦୁଇଟି ଉପଗ୍ରହର ନାମ ହେଉଛି ନୋଭାସାର ଓ ଏସ୧-୪ ଓ ଏଗୁଡ଼ିକର ଓଜନ ୮୦୦ ଗ୍ରାମ । ଏହି ଦୁଇଟି ସାଟେଲାଇଟକୁ ଇସ୍ରୋର ସବୁଠାରୁ ଭରଷାଯୋଗ୍ୟ ମହାକାଶ ଯାନ ପିଏସଏଲଭି- ସି୪୨ମାଧ୍ୟମରେ ଛଡାଯିବ । ଆଜି ରାତି ୧୦ଟା୦୮ ରେ ଏହି ଉତକ୍ଷେପଣ କରାଯିବ । ଏହା ଏକ ବ୍ୟବସାୟିକ ଉତକ୍ଷେପଣ ବୋଲି ଇସ୍ରୋ ସ୍ପଷ୍ଟ କରିଦେଇଛି । ଇସ୍ରୋ ପୂର୍ବରୁ ମଧ୍ୟ ଅନେକ ଥର ବ୍ୟବସାୟିକ ଭିତ୍ତିରେ ବିଭିନ୍ନ ଦେଶର ଉପଗ୍ରହ ସଫଳତାର ସହ ମହାକାଶରେ ଛାଡିଛି । ଏହା ପିଏସଏଲଭିର ୪୪ତମ ଉତକ୍ଷେପଣ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here