ଆଜି ମୟୂରଭଞ୍ଜ ବନ୍ଦ

0
83

ବାରିପଦା: ଆଜି ମୟୂରଭଞ୍ଜରେ ୧୨ ଘଣ୍ଟିଆ ବନ୍ଦ ଡାକରା। ମୟୂରଭଞ୍ଜ ଜିଲ୍ଲାକୁ ସରକାରଙ୍କ ଅବହେଳା ପ୍ରତିବାଦରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା
(JMM) ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଓକିଲ ସଂଘ ମଧ୍ୟ ଏହି ବନ୍ଦ ଡାକରାରେ ସାମିଲ ହୋଇଛି। ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା, ବନ୍ଦ ହୋଇ ରହିଥିବା ବାରିପଦା ଅର୍ବାନ ବ୍ୟାଙ୍କ୍‌କୁ ପୁନଃ କାର୍ଯ୍ୟକ୍ଷମ କରିବା ସହ ଲୋକଙ୍କ ଜମାଟଙ୍କା ଫେରସ୍ତ ଏବଂ ଜିଲ୍ଲାକୁ ରେଳ ବିଭାଗର ଅବହେଳା ଭଳି ବିଭିନ୍ନ ଦାବିରେ JMM ଏହି ବନ୍ଦ ଡାକରା ଦେଇଛି। ସେପଟେ ବନ୍ଦର ପ୍ରଭାବ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ  ମିଳିଛି। ଜାତୀୟ ରାଜପଥ ୧୮ ଓ ୪୯ର ବିଭିନ୍ନ ସ୍ଥାନରେ JMM  କର୍ମୀମାନେ ପିକେଟିଂ କରିଛନ୍ତି। ଫଳରେ ଜାତୀୟ ରାଜପଥରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here