ମୁଁ ବଂଚିଥିବା ଯାଏ ବିଷ୍ଣୁ ବିଧାନସଭାକୁ ଛାଡି ଦେବି ନାହିଁ ,ଦାମ ମଲା କଙ୍କଡ଼ା, ସେ ମୋର କଣ କରିବେ ।

0
1897

ଭୁନନେଶ୍ୱର: ବିଜେଡିରୁ ଡାକ୍ତର ଦାମୋଦର ରାଉତ ବହିଷ୍କୃତ ହେବା ପରେ ଏବେ ଜଗତସିଂହପୁର ଜିଲ୍ଲା ରାଜନୀତି ସରଗରମ ହୋଇଛି ।
ବିଶେଷ କରି ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କ ସହ ତାଙ୍କର ତିକ୍ତତା ଏବେ ତୀବ୍ରତର ହୋଇଛି । ‘ଦାମ ବାବୁ ମଲା କଙ୍କଡ଼ା । ଓଲଟିବାକୁ ବେଳ ନାହିଁ, ସେ କ’ଣ ଓଡ଼ିଶା ବୁଲିବେ । ’ ଦାମୋଦର ରାଉତଙ୍କୁ ଏଭଳି କଟାକ୍ଷ କରିଛନ୍ତି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ।
‘ବିଷ୍ଣୁ ଦାସ ଆଉ ବିଧାନସଭା ଯାଇପାରିବେନି’ ବୋଲି ଦାମଙ୍କ ମନ୍ତବ୍ୟର ଜବାବ ଦେଇ ବିଷ୍ଣୁ ଦାସ ଏହା କହିଛନ୍ତି ।
ଅପରପକ୍ଷରେ ଦୁର୍ନୀତି ବିରୋଧରେ ସାରା ଓଡ଼ିଶାରେ ବୁଲି ବୁଲି ସଂଗ୍ରାମ କରିବା ସମ୍ପର୍କରେ ଦାମଙ୍କ ମନ୍ତବ୍ୟକୁ ମଧ୍ୟ ବିଷ୍ଣୁ ଦାସ କଟାକ୍ଷ କରିଛନ୍ତି ।
ସେ କହିଛନ୍ତି ଯେ, ଦାମ ଓଡ଼ିଶା ବୁଲନ୍ତୁ । କିନ୍ତୁ ଆଗ ସେ ସୁନ୍ଦରଗଡ଼ର କୁତ୍ରା ଯିବେ । ସେଠାରେ ସମ୍ବର୍ଦ୍ଧିତ ହେବା ପରେ ସେ ଓଡ଼ିଶା ବୁଲିବେ ବୋଲି ଶ୍ରୀ ଦାସ କହିଛନ୍ତି । ଏଥିସହ ‘ମୋ ଚରିତ୍ର କ’ଣ ଓଡ଼ିଶାବାସୀ ଜାଣନ୍ତି ବୋଲି ଶ୍ରୀ ଦାସ କହିଛନ୍ତି ।

ଡାକ୍ତର ରାଉତ ବଜ୍ର ଶପଥ ନେଇଛନ୍ତି ଓ ଘୋଷଣା କରିଛନ୍ତି ଯେ, ଆଉ ବିଷ୍ଣୁ ଦାସ ଓଡ଼ିଶା ବିଧାନସଭା ମାଡ଼ିବେ ନାହିଁ ।
ଖୋଲାଖୋଲି ଭାବେ ଡାକ୍ତର ରାଉତ ବିଷ୍ଣୁଙ୍କୁ ବିରୋଧ କରିବେ ବୋଲି କହିଛନ୍ତି । ଏପରିକି ସେ ବଂଚିଥିବା ଯାଏ ବିଷ୍ଣୁଙ୍କୁ ଆଉ ନିର୍ବାଚିତ ରାଜନୀତିକୁ ଫେରିବାକୁ ଦେବେ ନାହିଁ ବୋଲି ପ୍ରକାଶ କରିଛନ୍ତି ।

ବିଧାନସଭାରୁ ଇସ୍ତଫା ଦେବା ନେଇ କରାଯାଇଥିବା ଦାବି ଉପରେ ଏବଂ ବିଷ୍ଣୁଙ୍କ ଉପରେ ପ୍ରତିକ୍ରୀୟା ରଖି ଡାକ୍ତର ରାଉତ କହିଛନ୍ତି ସରକାରଙ୍କର କିଛି
ନୀତି ନିୟମ ଅଛି ।ଯଦି ମୋ ନାଁରେ ଦୁର୍ନୀତି ଅଭିଯୋଗ ପ୍ରମାଣ ହୋଇଛି ତାହାହେଲେ ମୋର ସଭ୍ୟପଦ ରଦ୍ଦ କରିଦେଉ ନାହାଁନ୍ତି ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି । ଆଉ ବିଷ୍ଣୁ ଦାସଙ୍କ କଥାରେ କଣ ଇସ୍ତଫା ଦେବି? ବିଷ୍ଣୁ ଦାସ ଏଭଳି ଜଣେ ଲୋକ ତାଙ୍କ ସମ୍ପର୍କରେ ମୋତେ କିଛି ନ ପଚାରିବା ଭଲ ।
ଜଗତସିଂହପୁରରେ ସେ ଜଣେ ଘୃଣିତ ବ୍ୟକ୍ତି । ଖାଲି ନଷ୍ଟ ଚରିତ୍ର ନୁହେଁ ଦୁର୍ନୀତି ଗ୍ରସ୍ତ । ସେ ବାର୍ଦ୍ଧକ୍ୟ ଭତ୍ତାରୁ ମଧ୍ୟ ପଇସା ନିଅନ୍ତି ।
ତାଙ୍କ କଥା ନ କହିବା ଭଲ । ତାଙ୍କୁ କଣ କରିଛନ୍ତି ଜିଲ୍ଲା ସଭାପତି । ତାଙ୍କ ଜୀବନକାଳ ଭିତରେ ସେ କହିପାରିବେ ଜଗତସିଂହପୁର ନିର୍ବାଚନମଣ୍ଡଳୀ ଛାଡ଼ିଲେ ଅନ୍ୟ କୌଣସି ନିର୍ବାଚନମଣ୍ଡଳୀରେ ସଭାଟିଏ କରିଛନ୍ତି ?ମୋ ଜୀବନ ଥିବା ଯାଏ ବିଷ୍ଣୁ ଦାସ ଆଉ ବିଧାନସଭା ମାଟି ମାଡ଼ିପାରିବେ ନାହିଁ ବୋଲି ଡାକ୍ତର ରାଉତ ଘୋଷଣା କରିଛନ୍ତି ।
ତାଙ୍କ ରାଜନୀତିକ ଭବିଷ୍ୟତ ଏବଂ ତାଙ୍କ ପୁଅକୁ ନେଇ ଚାଲିଥିବା ଆଲୋଚନା ସମ୍ପର୍କରେ ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ମୋ ନିର୍ବାଚନମଣ୍ଡଳୀର ଲୋକଙ୍କୁ ଯାଇଥିଲି ପଚାରିବାକୁ କ’ଣ କରିବି ।ସେମାନେ ମୋତେ କହିଛନ୍ତି୨/୪ ଦିନ ସମୟ ଦିଅନ୍ତୁ ଆମେ ସବୁ ଲୋକଙ୍କୁ ଡାକିବୁ ସେ ସଭାରେ ଆମେ ଯାହା କହିବା କଥା କହିବୁ । ମୋ ନିର୍ବାଚନମଣ୍ଡଳୀର ଲୋକମାନେ ଯଦି କହିବେ ଯେ କେବଳ ଆପଣ ଛିଡ଼ା ହେବେ ଆଉ କେହି ଛିଡ଼ା ହେଲେ ଆମେ ଭୋଟ ଦେବୁନି । ମୁଁ ଛିଡ଼ା ହେବି । ମୁଁ ଛିଡ଼ା ହେଲେ ଦଳ ଯଦି ମୋ ପୁଅକୁ ଟିକେଟ ଦିଏ ତେବେ ପୁଅ ତାର ନିଷ୍ପତ୍ତି ନେବ ।ମୋର ବିଶ୍ୱାସ ଅଛି ସେ ମୋର ପୁଅ । ସେ କଳ୍ପତରୁ ଦାସ ପୁଅ କି ଅଶୋକ ଦାସ ପୁଅ ନୁହେଁ । ସେ କଣ କରିବ ମୁଁ କାହିକି ଚିନ୍ତା କରିବି । ତା ନିଷ୍ପତ୍ତି ତା ଉପରେ ଛାଡ଼ିଛି । ଏକଥା କହି ଡାକ୍ତର ରାଉତ ପରୋକ୍ଷରେ ଜଣାଇ ଦେଇଛନ୍ତି ଯେ, ଯଦି ସେ ଆସନ୍ତା ନିର୍ବାଚନରେ ଛିଡ଼ା ହୁଅନ୍ତି ଆଉ ବିଜେଡି ତାଙ୍କ ବିରୋଧରେ ତାଙ୍କ ପୁଅକୁ ଯଦି ପ୍ରାର୍ଥୀ କରେ ତାହାହେଲେ ପୁଅ ଛିଡ଼ା ହେବ ନାହିଁ ।

LEAVE A REPLY

Please enter your comment!
Please enter your name here