ଆଜି ଗଣେଶଙ୍କ ପୂଜା

0
42

ଭୁବନେଶ୍ୱର: ଆଜି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା। ଗଣେଙ୍କ ପୂଜାର୍ଚ୍ଚନା ଲାଗି ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର।  ଗଜାନନଙ୍କ ପୂଜାର୍ଚ୍ଚନା ଲାଗି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନ ଚଳଚଞ୍ଚଳ ହୋଇ ପଡିଛି।

ବିଦ୍ୟାଦାତାଙ୍କ ପୂଜାର୍ଚ୍ଚନା ଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ରାଜ୍ୟର ପ୍ରମୁଖ ସହରରେ ବଡ଼ ବଡ଼ ପୂଜାମେଢ଼ ପ୍ରସ୍ତୁତ ହୋଇଛି।

ରାଜଧାନୀ ଭୁବନେଶ୍ୱର, କଟକ ଭଳି ପ୍ରମୁଖ ସହରରେ ଧୁମଧାମର ସହ ଗଣେଶ ପୂଜାର ଆୟୋଜନ ଲାଗି ପ୍ରସ୍ତୁତି ଚାଲିଛି। ସୁଉଚ୍ଚ ତୋରଣ ସହ ଆଲୋକମାଳାରେ ଝଲସୁଛି ପୁରା ସହର।  ବଡ ଆକାରର ମେଢ଼ ପ୍ରସ୍ତୁତ କରି ପୂଜାର ଆୟୋଜନ କରିଛନ୍ତି ବିଭିନ୍ନ ସଂଗଠନ।

କଟକରେ ନୂଆ ଡିଜାଇନ୍‌ର ମୂର୍ତ୍ତି ସାଙ୍ଗକୁ ଓ ଅଭିନବ ଷ୍ଟାଇଲର ତୋରଣକୁ ନେଇ ବିଭିନ୍ନ ପୂଜା ମଣ୍ଡପ ମଧ୍ୟରେ ପ୍ରତିଯୋଗିତା। ତେବେ ସହରର ନୂଆପଡ଼ାରେ ୫୦ ଫୁଟ୍ ଉଚ୍ଚର ଗଣେଶ ମୂର୍ତ୍ତି ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି

LEAVE A REPLY

Please enter your comment!
Please enter your name here