ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମବାର୍ଷିକୀରେ ପାଳିତ ହେବ “ସ୍ୱଚ୍ଛତା ହି ସେବା’ଅଭିଯାନ

0
56

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨ ତଥା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତ୍ରୀ ପାଳନ ଅବସରରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ଠିକ୍‍ ୪ବର୍ଷ ପୂର୍ବେ ଉକ୍ତ ଦିନରେ ଦେଶରେ ସ୍ୱଚ୍ଛ ଭାରତ ଅଭିଯାନର ଆରମ୍ଭ ହୋଇଥିଲା। ଦେଶର କୋଟିକୋଟି ନାଗରିକ ଏହି ଅଭିଯାନରେ ନିଜକୁ ସାମିଲ କରିଥିଲେ। ଏହି ପରମ୍ପରା କ୍ରମଶଃ ଦେଶର କୋଣ ଅନୂକୋଣରେ ଦୃଶ୍ୟମାନ ହୋଇଥିଲା। ଅଭିଯାନରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଡ଼ି ରହି ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିଥିବା ପ୍ରତିଟି ଭାରତୀୟ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇବା ସହ ବାପୁଜୀଙ୍କ ଜନ୍ମ ଜୟନ୍ତ୍ରୀକୁ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ପାଳନ କରିବାକୁ ଆହ୍ୱାନ କରିଛନ୍ତି। ଏହି ସମୟସୀମାକୁ “ସ୍ୱଚ୍ଛତା ହିଁ ସେବା’ ନାମରେ ପ୍ରଧାନମନ୍ତ୍ରୀ ନାମିତ କରିଛନ୍ତି।

LEAVE A REPLY

Please enter your comment!
Please enter your name here