ତେଲଙ୍ଗ।ନ।ରେ ବିରୋଧୀ ଦଳଙ୍କ ରାଷ୍ଟ୍ରପତି ଶ।ସନ ଦ।ବି

0
206

ନୂଆଦିଲ୍ଲୀ: ତେଲେଙ୍ଗାନାରେ ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ ବିରୋଧରେ କଂଗ୍ରେସ, ତେଲଗୁଦେଶମ ପାର୍ଟି ଓ ସିପିଆଇ ହାତ ମିଳାଇଛନ୍ତି । ବିଧାନସଭା ଭଙ୍ଗକୁ ବିରୋଧ କରି ଏହି ଦଳଗୁଡ଼ିକ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ଏହି ୩ ଦଳର ନେତା ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ରାଷ୍ଟ୍ରପତି ଶାସନ ଦାବି କରିଛନ୍ତି । ନିର୍ବାଚନ ହେବା ଯାଏଁ ରାଜ୍ୟକୁ ରାଷ୍ଟ୍ରପତି ଶାସନରେ ରଖାଯିବା ଉଚିତ ବୋଲି ଏହି ୩ ଦଳର ନେତା କହିଛନ୍ତି । ମୁଖ୍ୟମନ୍ତ୍ରୀଭାବେ ଚନ୍ଦ୍ରଶେଖର ରାଓ ରହିଲେ ତେଲେଙ୍ଗାନାରେ ଅବାଧ ଓ ମୁକ୍ତ ନିର୍ବାଚନ ସମ୍ଭବ ନୁହେଁ ବୋଲି ଏହି ୩ ଦଳର ନେତା ଅଭିଯୋଗ କରିଛନ୍ତି । ରାଜ୍ୟରେ ବଳପୂର୍ବକ ଆଗୁଆ ନିର୍ବାଚନ ପାଇଁ ବୋଝ ଲିଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ଏଠାରେ କଂଗ୍ରେସ ସହ ମେଣ୍ଟ ପାଇଁ ଚନ୍ଦ୍ରବାବୁ ନାଇଡୁଙ୍କ ତେଲଗୁ ଦେଶମ ପାର୍ଟି ଆଗୁଆ ସଙ୍କେତ ଦେଇଛି ।

LEAVE A REPLY

Please enter your comment!
Please enter your name here