ର।ଉରକେଲ।ରେ ଦିତୀୟ ବ୍ରାହ୍ମଣୀ ସେତୁ ତୁରନ୍ତ ନିର୍ମାଣ କର:ଦିଲ୍ଲୀପ ର।ୟ

0
487

ଭୁବନେଶ୍ୱର:ରାଉରକେଲା ନିକଟରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ନିର୍ମାଣ କାର୍ଯ୍ୟ କେବେ ସୁଦ୍ଧା ଶେଷ ହେବ ସେଥିଘେନି ଆକଳନ କରାଯାଇପାରୁନଥିବା ବେଳେ ଏହି ସେତୁକୁ ସଂଯୋଗ କରୁଥିବା ବୀରମିତ୍ରପୁର-ରାଜାମୁଣ୍ଡା-ବାରକୋଟ ରାସ୍ତାର କାର୍ଯ୍ୟ ଅଢ଼େଇ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଛି ।

ରାଉରକେଲା ନିକଟବର୍ତୀ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁର ନିର୍ମାଣ ସହିତ ଏହାକୁ ସଂଯୋଗ କରୁଥିବା ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ସମ୍ପର୍କରେ ରାଉରକେଲା ବିଧାୟକ ଦିଲିପ ରାୟ ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତରରେ ବିଭାଗୀୟ ମନ୍ତ୍ରୀ ଉପରୋକ୍ତ ସୂଚନା ଦେଇଛନ୍ତି ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ରାଉରକେଲା ନିକଟସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁର ଶିଳାନ୍ୟାସ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଗତ ବର୍ଷ ଜୁଲାଇ ୨୧ ତାରିଖରେ କରିଥିଲେ ।

ଏଠାରେ ଉଲ୍ଲେଖନୀୟ ଯେ ଏହି ସେତୁ ନିର୍ମାଣ ପାଇଁ ୨୦୧୪ ସାଧାରଣ ନିର୍ବାଚନ ବେଳେ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେବାରୁ ବିଧାୟକ ଶ୍ରୀ ରାୟ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପ୍ରୟୋଗ କରିଆସୁଥିଲେ ।

ପୂର୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ଯେ ଉକ୍ତ ପ୍ରକଳ୍ପକୁ ମେସର୍ସ ଜିକେସି ପ୍ରୋଜେକ୍ଟସ ଲିମିଟେଡକୁ ୩୮୧କୋଟି ୭୫ ଲକ୍ଷ ଟଙ୍କାରେ ନିର୍ମାଣ କରିବା ପାଇଁ ଦିଆଯାଇଛି । ଏହି ପ୍ରକଳ୍ପର ନିର୍ମାଣ ଲାଗି ଗତ ମଇ ୨୩ ତାରିଖରେ ଘୋଷଣା ହୋଇଛି ଓ ବର୍ତମାନ ବ୍ରାହ୍ମଣୀ ସେତୁର ପାଇଲିଂ କାର୍ଯ୍ୟ ସହିତ ଅନ୍ୟାନ୍ୟ ପ୍ରସ୍ତୁତି ଆରମ୍ଭ ହେଉଛି ।

ସେ ପୁଣି କହିଛନ୍ତି ଯେ ଏହି ପ୍ରକଳ୍ପ ଲାଗି ୨୦୧ ହେକ୍ଟର ଜମି ଆବଶ୍ୟକ ହେଉଥିବା ବେଳେ ସେଥିରୁ ଜାତୀୟ ରାଜପଥ କର୍ତୃପକ୍ଷ ୧୪୬.୪୩ ହେକ୍ଟର ଅଧିଗୃହୀତ କରିଛନ୍ତି । କିଛି ଜଙ୍ଗଲ ଜମିରୁ ଗଛ କାଟି କାର୍ଯ୍ୟାରମ୍ଭ କରିବାକୁ ଗତ ଅଗଷ୍ଟ ୨୭ ତାରିଖରେ ଆଦେଶ ଦିଆଯାଇଛି । ରାଜ୍ୟ ସରକାର ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଆଉ ୨୦ ହେକ୍ଟର ଜମି ହସ୍ତାନ୍ତର କରିବେ । ଏହାଛଡ଼ା ବୀରମିତ୍ରପୁର ବାଇପାସ୍ ଲାଗି ପୁନଃ ସର୍ଭେ କରାଯାଉଛି ।

ରାଉରକେଲା ଇସ୍ପାତ କାରଖାନା ନିର୍ମାଣ ସମୟରେ ତିଆରି ହୋଇଥିବା ବ୍ରାହ୍ମଣୀ ସେତୁ ଜରାଜିର୍ଣ୍ଣ ଅବସ୍ଥାରେ ଥିବା ଦୃଷ୍ଟିରୁ ଶିଳ୍ପନଗରୀ ରାଉରକେଲାର ନୂଆ ଜୀବନ ରେଖା ଦ୍ୱିତୀୟ ବ୍ରାହ୍ମଣୀ ସେତୁ ସହ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ବହୁ ବିଳମ୍ବ ହେଉଥିବାରୁ ବିଧାୟକ ଶ୍ରୀ ରାୟ ଏକ ବିବୃତିରେ କ୍ଷୋଭ ପ୍ରକାଶ କରିଛନ୍ତି ।

ଏଥିସହ ସଂକୀର୍ଣ୍ଣ ରାଜନୀତିରୁ ଊଦ୍ଧ୍ୱର୍କୁ ଯାଇ ଜନସାଧାରଣଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ବର୍ଷକ ମଧ୍ୟରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ସହ ବୀରମିତ୍ରପୁର-ରାଜାମୁଣ୍ଡା-ବାରକୋଟ୍ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ବର୍ଷକ ଭିତରେ ସରକାର ଶେଷ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ପ୍ରୟାସ ଜାରି ରଖିବାକୁ ଶ୍ରୀ ରାୟ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here