ଭୁବନେଶ୍ବରରୁ ପୁରୀକୁ ଗଡୁନି ବସ୍

0
55

ଭୁବନେଶ୍ବର : ତେଜିଲା ଭୁବନେଶ୍ବର-ପୁରୀ ବସ୍ ମାଲିକ ସଂଘର ବିବାଦ । ପ୍ରତିବାଦରେ ଆଜି ଭୁବନେଶ୍ବରରୁ ପୁରୀକୁ ଗଡୁନି ଯାତ୍ରୀବାହୀ ବସ୍ । ପୁରୀ ବସଷ୍ଟାଣ୍ଡରେ ଭୁବନେଶ୍ବର ବସ୍ ଗୁଡିକୁ ଯାତ୍ରୀ ଉଠାଇବାକୁ ଉଚିତ୍ ସମୟ ଦିଆଯାଉନଥିବା ଅଭିଯୋଗ କରିଛି ଭୁବନେଶ୍ବର ବସ୍ ମାଲିକ ସଂଘ । ଗତ ୪ ଦିନ ହେଲା ଉଭୟ ସଂଘ ମଧ୍ୟରେ ବିବାଦ ଲାଗି ରହିଛି । ପ୍ରଶାସନ ତୁରନ୍ତ ଏ ଦିଗରେ ହସ୍ତକ୍ଷେପ କରିବାକୁ ଦାବି କରିଛି ଭୁବନେଶ୍ବର ବସ୍ ମାଲିକ ସଂଘ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବସ୍ ମାଲିକ ସଂଘର ସମ୍ପାଦକ ବରଦା ଆଚାର୍ଯ୍ୟ ।

LEAVE A REPLY

Please enter your comment!
Please enter your name here