ପୋଲିସ- ଦୁର୍ବୃତ୍ତ ଗୁଳି ବିନିମୟ, ଜଣେ ଗିରଫ

0
45

ଜୟପୁର: ମଙ୍ଗଳବାର ଭୋର ସମୟରେ ଜୟପୁରରେ ଠାରେ ପୁଲିସ ଓ ଅପରାଧୀ ମଧ୍ୟରେ ଗୁଳି ବିନିମୟ ଘଟିବ ସହ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଛି। ମଙ୍ଗଳବାର ଭୋର ସମୟରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ କଣା ବିଜୟୱାଡା କରିଡରର ପୁରୁଣାଗୋଡ ଛକ ଥିବାର ପୁଲିସ ଖବର ପାଇଥିଲା। ଖବର ପାଇବା ପରେ ପୁଲିସ ଚଢାଉ କରି ଜିତୁକୁ ଗିରଫ କରିବାରେ ସଫଳ ହୋଇଛି। ଜିତୁକୁ ଗିରଫ କରିବାକୁ ଯାଉଥିବା ବେଳେ ସେ ପୁଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା। ପୁଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା। ଗୁଳି ବିନିମୟରେ ପୁଲିସ ଗାଡିର କାଚ ଭାଙ୍ଗି ଯାଇଛି। ଜିତୁର ଅନ୍ୟ ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଥିବା ସୂଚନା ମିଳିଛି। ତାକୁ ଧରିବା ପାଇଁ ପୋଲିସ ବିଭିନ୍ନସ୍ଥାନରେ ଚଢଉ ଜାରୀ ରଖିଛି।

LEAVE A REPLY

Please enter your comment!
Please enter your name here