ଆଲୋଚନା ରାସ୍ତାରେ ହୁଏ ନାହିଁ :ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର

0
271

ଭୁନନେଶ୍ୱର:ଏବେ ର।ଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୂଷୁଡି ପଡିବ।କୁ ଲ।ଗିଛି । ଦିର୍ଘଦିନ ଧରି ଶିକ୍ଷକ ମ।ନେ ର।ଜର।ସ୍ତ।ରେ ଆନ୍ଦୋଳନ ଜ।ରି ରଖିଥିବା ବେଳେ ଏହ।କୁ ନେଇ ଚିନ୍ତାରେ ଅଛନ୍ତି ର।ଜ୍ୟ ସରକାର ନିଜ ଜିଦରେ ଅଟଳ ଥିବା ଶିକ୍ଷକ ସଂଘ ସରକାର ଙ୍କ ଠ।ରୁ ଠୋସ ପ୍ରତିଶ୍ରୁତି ପ।ଉନଥିବ। କଥ। ବ।ରମ୍ବ।ର ଦୋହୋର।ଉଥିବ। ବେଳେ ଆଜି ପୁଣି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଆକ୍ଷେପ କରିଛନ୍ତି । ସେ ଆଜି କହିଛନ୍ତି ରାସ୍ତାରେ ବସିଲେ ସମସ୍ୟାର ସମାଧାନ ହେବନାହିଁ, ଆଲୋଚନା ରାସ୍ତାରେ ହୁଏ ନାହିଁ । ଆନ୍ଦୋଳନ ଭାଙ୍ଗି ସେମାନେ ସରକାରଙ୍କ ସହ ଆଲୋଚନା ପାଇଁ ଆସନ୍ତୁ । ପୂର୍ବରୁ ଶିକ୍ଷକମାନଙ୍କ କଳା ଦିବସ ଓ ଆନ୍ଦୋଳନକୁ ଆକ୍ଷେପ କରିଥିଲେ । ଆଜି ବିଧାନସଭାରେ ଶିକ୍ଷକମାନଙ୍କ ଦାବି ଉପରେ ଆଲୋଚନା ହୋଇଥିଲା । କିନ୍ତୁ ମନ୍ତ୍ରୀଙ୍କ ଉତ୍ତର ସନ୍ତୋଷଜନକ ନଥିବାରୁ ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକମାନେ ବିଧାନସଭାରେ ପାଟିତୁଣ୍ଡ ଓ ହୋ ହଲ୍ଲା କରିଥିଲେ । ଫଳରେ ବିଧାନସଭା କାର୍ଯ୍ୟ ଅଚଳ ହୋଇଛି । ବାଚସ୍ପତି ପ୍ରଦୀପ ଅମାତ ସମସ୍ୟାର ସମାଧାନ ପାଇଁ ସବୁ ଦଳର ବିଧାୟକମାନଙ୍କୁ ଡାକି ଆଲୋଚନା ଚଳାଇଛନ୍ତି । ଅନ୍ୟପଟରେ ଶିକ୍ଷକମାନେ ସେମାନଙ୍କ ଦାବି ପୂରଣ ନେଇ ପିଏମଜି ଛକରେ ବସି ରହିଛନ୍ତି ।
ବିଧାନସଭାରେ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, “ସ୍ୱାଧୀନତା ବେଳକୁ ଆମ ରାଜ୍ୟରେ ସରକାରୀ ଶିକ୍ଷାନୁଷ୍ଠାନର ସଂଖ୍ୟା ଖୁବ୍ କମ ଥିଲା । ରାଜ୍ୟରେ ବିଭିନ୍ନ ସ୍ଥାନରେ ବହୁ ବଦାନ୍ୟ ବ୍ୟକ୍ତି ତଥା ଶିକ୍ଷା ପ୍ରେମୀଙ୍କ ଉଦ୍ୟମରେ ସ୍କୁଲ ଓ କଲେଜମାନେ ଖୋଲା ଯାଇଥିଲା । କିଛି ବର୍ଷ ପରେ ରାଜ୍ୟ ସରକାର ପ୍ରଶାସନିକ ଆଦେଶ ବଳରେ ସେ ସବୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅନୁଦାନ ଦେବାର ବ୍ୟବସ୍ଥା କରିଥିଲେ । ସେହି ସମୟରେ ଶିକ୍ଷକମାନେ ଅନୁଦାନ ଠିକ୍ ଭାବରେ ପାଉ ନଥିଲେ ଓ ସେମାନଙ୍କର ଚାକିରୀ ନିରାପତ୍ତା ମଧ୍ୟ ନଥିଲା ।
ସ୍ୱାଧୀନତାର ୨୨ ବର୍ଷ ପରେ ଶିକ୍ଷାନୁଷ୍ଠାନ ଗୁଡ଼ିକର ସୁପରିଚାଳନା ପାଇଁ ଏକ ଆଇନ ଓଡ଼ିଶା ଏଜୁକେସନ ଆକ୍ଟ, ୧୯୬୯ରେ ପ୍ରଣୟନ ହେଲା । ସେତେବେଳେ ରାଜ୍ୟରେ ୯୦ ଭାଗ ଅଧ୍ୟାପନା କାର୍ଯ୍ୟ ଘରୋଇ ଅନୁଦାନ ପ୍ରାପ୍ତ ସ୍କୁଲ, କଲେଜ ଦ୍ୱାରା ଚାଲୁଥିଲା । ସମାନ କାର୍ଯ୍ୟ କରୁଥିଲେ ମଧ୍ୟ ଅନୁଦାନ ପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନରେ ଥିବା ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀମାନଙ୍କର ଦରମା ସରକାରୀ ଶିକ୍ଷକମାନଙ୍କଠାରୁ କମ ଥିଲା । ସେମାନଙ୍କର ଚାକିରୀ ସର୍ତ୍ତାବଳୀ ନିର୍ଦ୍ଧାରିତ ହୋଇନଥିଲା ଓ ଚାକିରୀର ବିଭିନ୍ନ ସୁବିଧା ମିଳୁ ନଥିଲା । ୭୦ ଦଶକରେ ଅନୁଦାନ ପ୍ରାପ୍ତ ବେସରକାରୀ ଓ ଶିକ୍ଷାନୁଷ୍ଠାନମାନଙ୍କର କାର୍ଯ୍ୟରତ କର୍ମଚାରୀମାଙ୍କର ବିଭିନ୍ନ ଚାକିରୀ ସଂପର୍କିତ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ବେସରକାରୀ ସ୍କୁଲ ଓ ଜଲେଜର ଶିକ୍ଷକ ଓ କର୍ମଚାରୀମାନଙ୍କ ନିମନ୍ତେ ୧୯୭୪ ମାଧ୍ୟମରେ ପ୍ରତ୍ୟକ୍ଷ ଦରମା ପ୍ରଦାନ କରିବା ଓ ଚାକିରୀ ସର୍ତ୍ତାବଳୀ ନିର୍ଦ୍ଧାରିତ କରିଥିଲେ । ଏହାପରେ ରିଟାର୍ଡମେଣ୍ଟ ବେନିଫିଟ ରୋଲ ୧୯୮୧ ମାଧ୍ୟମରେ ଏହି ଅନୁଷ୍ଠାନଗୁଡ଼ିକର କର୍ମଚାରୀମାନଙ୍କ ପାଇଁ ଜିପିଏଫ, ପେନସନ ବ୍ୟବସ୍ଥା କରାଯାଇଥିଲା । ଏତଦ୍ ବ୍ୟତୀତ ବେସରକାରୀ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା, ମଞ୍ଜୁରୀ, ପରିଚାଳନା ସମିତି ଗଠନ ନିମନ୍ତେ ବିଧିବଦ୍ଧ ଭାବରେ ଓଇ ରୋଲ, ୧୯୯୧ ପ୍ରଣୀତ ହୋଇଥିଲା ।
ଶିକ୍ଷା ବ୍ୟବସ୍ଥାକୁ ଶାଣିତ ଓ ଶିକ୍ଷକ ତଥା ଶିକ୍ଷା କର୍ମଚାରୀଙ୍କ ପାଇଁ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ ସ୍ୱର୍ଗତ ବିଜୁ ପଟ୍ଟନାୟକ । ତାଙ୍କ ମୁଖ୍ୟ ମନ୍ତ୍ରୀତ୍ୱରେ ପରିଚାଳିତ ସରକାର ୧୯୯୧ ମସିହାରେ ବେସରକାରୀ ଅନୁଦାନ ପ୍ରାପ୍ତ ୫୦୨୦ ଏମଇ ସ୍କୁଲ ଓ ୧୯୯୪ ମସିହାରେ ରାଜ୍ୟରେ ମୋଟ ୨୬୦୯ଟି ହାଇସ୍କୁଲ, ୯୧୬ଟି ଏମଇ ସକ୍ୁଲ, ୧୩୮ଟି ଆଦ୍ରାସ ଏବଂ ୩୯ଟି ସଂସ୍କୃତ ଟୋଲ ନୂତନ ଅନୁଦାନ ପରିସର ଭୁକ୍ତ ଅଟେ । ଉକ୍ତ ସ୍କୁଲ ଗୁଡ଼ିକରେ ପାଖାପାଖି ୩୦,୦୦୦ ଶିକ୍ଷକ ଓ ଶିକ୍ଷାକର୍ମଚାରୀ କାର୍ଯ୍ୟରତ । ଉପରୋକ୍ତ ସ୍କୁଲମାନଙ୍କରେ ପାଖାପାଖି ୩ ଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।
ଜିଆଇଏ ଅର୍ଡର ୨୦୧୭ ପ୍ରଣୟନ ବଳରେ ଜଣେ ଶିକ୍ଷକ (ଟିଜିଟି) ଏବେ ପାଖାପାଖି ୩୫,୦୦୦ ଟଙ୍କା ମଧ୍ୟରେ ଦରମା ପାଇପାରିବେ । ଏହା ପୂର୍ବ ଦରମାଠାରୁ ୧୦୦ ପ୍ରତିଶତରୁ ଅଧିକ । ଏହାଦ୍ୱାରା ରାଜ୍ୟ ରାଜକୋଷରୁ ବାର୍ଷିକ ୫୦୯ କୋଟି (ମୋଟ ୯୭୯ କୋଟି ୯୩ ଲକ୍ଷ) ଟଙ୍କାର ଅତିରିକ୍ତ ବ୍ୟୟ ଭାର ବହନ ହେବ । ଏହାର ରାଜ୍ୟ ସରକାରଙ୍କର ଶିକ୍ଷା ଓ ଶିକ୍ଷକ ସମାଜ ପ୍ରତି ପ୍ରତିବଦ୍ଧତାର ପରିଚୟ ।
ସେହିପରି ଏହି ଜିଆଇଏ ଅର୍ଡର ୨୦୧୭ର କାର୍ଯ୍ୟକାରୀତା ପାଇଁ ଉଚ୍ଚ ଶିକ୍ଷା ବିଭାଗରେ ମଧ୍ୟ ବାର୍ଷିକ ୧୧୧ କୋଟି ୮ଲକ୍ଷ (ମୋଟ ୫୩୯ କୋଟି ୯୧ ଲକ୍ଷ) ଟଙ୍କାର ଅତିରିକ୍ତ ବ୍ୟୟଭାର ବହନ ହେବ ।
ରାଜ୍ୟ ସରକାରଙ୍କ ଏହି ସମୁଚିତ ପଦକ୍ଷେପ ଯଥା, ୨୦୧୭ ଅନୁଦାନ ଆଦେଶ ନାମା ଓ ଏହାର ସର୍ତ୍ତାବଳୀକୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ବିଚାରକୁ ନେଇ ୧୪.୧୧.୨୦୧୭ ତାରିଖରେ ନିମ୍ନମତେ ମନ୍ତବ୍ୟ ପ୍ରଦାନ କରିଛନ୍ତି ।
ତଦନୁଯାୟୀ ଏହି ଶିକ୍ଷକ ଓ କର୍ମଚାରୀମାନଙ୍କୁ ୨୦୦୮ ନୂତନ ଦରମା ହାର ନିୟମ ଅନୁଯାୟୀ ଅନୁଦାନ ପ୍ରାପ୍ତ ସମୟ ସୀମାକୁ ଆଧାର କରି ପ୍ରଥମ ୩ ବର୍ଷ ପାଇଁ ୪୦ ପ୍ରତିଶତ, ୪ ବର୍ଷରୁ ୬ ବର୍ଷ ପର୍ଯ୍ୟନ୍ତ ୬୦ ପ୍ରତିଶତ, ୭ ବର୍ଷରୁ ୮ ବର୍ଷ ପର୍ଯ୍ୟନ୍ତ ୭୫ ପ୍ରତିଶତ ଏବଂ ୮ବର୍ଷ ପରେ ୧୦୦ ପ୍ରତିଶତ ଦରମା ପ୍ରଦାନ କରାଯାଇଥିଲା । ଏହାପରେ ସରକାର ଶିକ୍ଷା ଅନୁଦାନ ସଂଶୋଧନ ଆଦେଶ, ୨୦୧୬ ଅନୁଯାୟୀ ତା. ୧.୬.୨୦୧୬ରିଖରୁ ୨୫ ପ୍ରତିଶତ ଅନୁଦାନ ବୃଦ୍ଧି କରିବା ସହ ଶତକଡ଼ା ୩ ପ୍ରତିଶତ ବାର୍ଷିକ ବେତନ ବୃଦ୍ଧି କରିଥିଲେ ।
ଏତଦ୍ ବ୍ୟତୀତ କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ବାବଦକୁ ସେମାନଙ୍କୁ ଇପିଏଫ ପରିସର ଭୁକ୍ତ କରିବା ନିମନ୍ତେ ସେମାନଙ୍କ ନିଯୁକ୍ତି ଦାତା ତଥା ପରିଚାଳନା କମିଟିଙ୍କ ଦେୟ ବାବଦ ଅର୍ଥରାଶି ସରକାର ବ୍ୟବସ୍ଥା କରିଛନ୍ତି ।
ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷକ କର୍ମଚାରୀମାନଙ୍କ ନିମନ୍ତେ ଏକ୍ସ ଗ୍ରେଟିଆ ବ୍ୟବସ୍ଥା ମଧ୍ୟ କରାଯାଇଅଛି । ଏଥିରେ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ୨ ଲକ୍ଷ ଟଙ୍କା ଏବଂ ସର୍ବକାଳୀନ ଅକ୍ଷମତା ପାଇଁ ୧ଲକ୍ଷ ୫୦ ହଜାର ଟଙ୍କା ସହାୟତା ରାଶିର ବ୍ୟବସ୍ଥା କରାଯାଇଅଛି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ସଂଘମାନଙ୍କ ଦାବିକୁ ବିଚାର କରି, ଶିକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଓ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ଐତିହାସିକ ପଦକ୍ଷେପ ନେଲେ ଓ ବ୍ଲକ ଗ୍ରାଣ୍ଡ ବ୍ୟବସ୍ଥାକୁ ଉଚ୍ଛେଦ କରି ନ୍ୟୁ ଗ୍ରାଣ୍ଟ ଇନ ଆଡ ଅର୍ଡର, ୨୦୧୭, ୧.୧.୨୦୧୮ ରିଖଠାରୁ ଲାଗୁ କରିବା ସଙ୍ଗେ ସଙ୍ଗେ ଶିକ୍ଷାଦାନ ସଂଶୋଧିତ ଆଦେଶ, ୨୦୧୮ ମଧ୍ୟ ପ୍ରଣୟନ ପାଇଁ ଅନୁମୋଦନ କଲେ । ଏହା ଏକ କାଳଜୟୀ ନିଷ୍ପତ୍ତି ।
ଏହାଦ୍ୱାରା ୧୦୦ ପ୍ରତିଶତ ଅନୁଦାନ ପାଉଥିବା କର୍ମଚାରୀମାନେ ୧୦୦% ପେ+ଗ୍ରେଡ ପେ, ଡିଏ ପାଇବାର ବ୍ୟବସ୍ଥା କରାଯାଇଅଛି । ଏତଦ୍ ବ୍ୟତୀତ ସେମାନଙ୍କୁ ଅନୁଦାନ ପ୍ରାପ୍ତିଠାରୁ ତା. ୩୧.୧୨.୨୦୧୭ ରିଖ ପର୍ଯ୍ୟନ୍ତ ପ୍ରତି ୩ବର୍ଷ ପୂର୍ଣ୍ଣତାରେ ଗୋଟିଏ ଲେଖାଏଁ ନେସନାଲ ଇନକ୍ରିମେଣ୍ଟ (୩%) ଏବଂ ତା. ୧.୧.୨୦୧୮ ପରେ ବାର୍ଷିକ ୩% ନିୟମିତ ଇନକ୍ରିମେଣ୍ଟ ପାଇବାର ବ୍ୟବସ୍ଥା କରାଯାଇଅଛି । ସେହିପରି ୪୦%,୬୦% ଓ ୭୫% ଅନୁଦାନ ପାଉଥିବା କର୍ମଚାରୀମାନଙ୍କୁ ସମାନୁପାତିକ ହାରରେ ପେ, ଡିଏ ସହ ଅନୁଦାନ ପାଇବାର ମଧ୍ୟ ବ୍ୟବସ୍ଥା କରାଯାଇଅଛି । ଶତପ୍ରତିଶତ ଅନୁଦାନ ପରେ ଏମାନେ ବାର୍ଷିକ ୩% ଇନ୍କ୍ରିମେଣ୍ଟ ସୁବିଧା ପାଇବେ ।”

LEAVE A REPLY

Please enter your comment!
Please enter your name here