ଦଳ ନିଲମ୍ବନ ଉଠାଉନଥିବାରୁ ହାଂସଦାଙ୍କ କ୍ଷୋଭ ପ୍ରକାଶ

0
841

ଭୁବନେଶ୍ୱର: ଚିଟଫଣ୍ଡ  କେଳେଙ୍କ।ରିରେ ଫସି ଜେଲ ଯ।ଇ ବେଲରେ ଆସିଥିବା ମୟୂରଭଞ୍ଜ ସ।ସଂଦ  ରାମଚନ୍ଦ୍ର ହାଂସଦାଙ୍କ ଉପରୁ ବିଜେଡି ନିଲମ୍ବନ ଆଦେଶ ପ୍ରତ୍ୟାହାର କରୁ ନ ଥିବାରୁ ଏହାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି ।ଏବେ  ତାଙ୍କ ଉପରେ ଥିବା ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ସେ ଦାବି କରିଛନ୍ତି । ଚିଣ୍ଡଫଣ୍ଡ ମାମଲାରେ ସେ ଗିରଫ ହେବା ପରେ ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ନିଲମ୍ବିତ କରିଥିଲେ । ଏହି ନିଲମ୍ବନ ସେ ଜାମିନରେ ଫେରିବା ପରେ ମଧ୍ୟ ଅପରିବର୍ତ୍ତିତ ରହିଛି । ଯାହାକୁ ନେଇ ଶ୍ରୀ ହାଂସଦା କ୍ଷୋଭ ପ୍ରକାଶ କରି କହିଛନ୍ତି ସେ ଆଦିବାସୀ ଅଂଚଳର ନେତା ହୋଇଥିବାରୁ ତାଙ୍କ କଥାକୁ ଗୁରୁତ୍ୱ ଦିଆଯାଉନାହିଁ । ଏପରି କି ଜିଲ୍ଲାର ଦଳୀୟ ନେତାମାନେ ମଧ୍ୟ ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ପାଇଁ ସଭାପତିଙ୍କ ନିକଟରେ ଦାବି କରୁନାହାଁନ୍ତି । ସେ ଯଦି ଉପକୂଳ ଓଡ଼ିଶାର ଲୋକ ହୋଇଥାନ୍ତେ ତେବେ ନିଶ୍ଚିତ ତାଙ୍କ ଉପରୁ ନିଲମ୍ବନ ଉଠିଥାନ୍ତା । ଏବେବି କିଛି ଚିଟଫଣ୍ଡ ଅଭିଯୁକ୍ତ ନେତା ଅଛନ୍ତି ସେମାନଙ୍କ ବିରୋଧରେ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ସେ କହିଛନ୍ତି । ଏଥିପାଇଁ ସେ ତାଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ହାଂସଦା ଭଳି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା । ଇତିମଧ୍ୟରେ ଦଳ ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିସାରିଛି । ବିଧାୟକ ପ୍ରଭାତ ବିଶ୍ୱାଳ ମଧ୍ୟ ଚିଟଫଣ୍ଡରେ ଫସିଥିଲେ ବି ତାଙ୍କୁ ନିଲମ୍ବିତ କରାଯାଇନାହିଁ । ଯେଉଁକଥା ଏବେ ଶ୍ରୀ ହାଂସଦା ଉଠାଇଛନ୍ତି

 

 

LEAVE A REPLY

Please enter your comment!
Please enter your name here